ମା’ ସମଲେଇଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ରାଜ୍ୟ By Sakala Khabar On Mar 26, 2024 0 Share ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ସମ୍ବଲପୁର ଗସ୍ତରେ ଅଛନ୍ତି। ସେ ସମ୍ବଲପୁର ବିଜେପି କାର୍ଯ୍ୟାଳୟରେ ନେତା ଓ କର୍ମୀଙ୍କ ସହ ରଙ୍ଗର ପର୍ବ ହୋଲି ପାଳନ କରିଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା ହେବା ପରେ ଦଳୀୟ ନେତା ଓ କର୍ମୀଙ୍କ ସହିତ ଉତ୍ସାହର ସହିତ ହୋଲି ଖେଳିଛନ୍ତି।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୋମବାର ସକାଳୁ ପୁରୀରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ସନ୍ଧ୍ୟାରେ ସମ୍ବଲପୁର ଅଭିମୁଖେ ବାହାରି ରାତିରେ ପହଞ୍ଚି ଥିଲେ। ଆଜି ସକାଳୁ ପ୍ରଥମେ ମା’ ସମଲେଇଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ସମ୍ବଲପୁର ଲୋକସଭା ଆସନ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ଘୋଷଣା ହେବା ପରେ ସେ ପ୍ରଥମ ଥର ପାଇଁ ସମ୍ବଲପୁରରେ ପହଞ୍ଚିଛନ୍ତି। 0 Share