Odisha news

ଧର୍ମଶାଳା : ଦିନ ଦ୍ୱିପ୍ରହରରେ ମହିଳାଙ୍କ ଠାରୁ ୨୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ

0

ଧର୍ମଶାଳା : ଧର୍ମଶାଳା ଥାନା ଶାନ୍ତିବଜାର ନିକଟରୁ ଆଜି ଜଣେ ମହିଳାଙ୍କ ଠାରୁ ୨୦ହଜାର ଟଙ୍କା ଲୁଟ୍ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଏହି ଥାନା ବଡମଙ୍ଗଳପୁର ଗ୍ରାମର ସତ୍ୟସାଇ ସ୍ୱୟଂ ସହାୟକ ଗୋଷ୍ଠୀର ସଂପାଦକ ମିନତୀ ମହାନ୍ତି   ଓ ତାଙ୍କର ଜଣେ ସହଯୋଗୀଙ୍କ ସହ ଆଜି ଜାରକା ୟୁକୋ ବ୍ୟାଙ୍କ ଶାଖାରୁ ୧ ଲକ୍ଷ ୨୦ହଜାର ଟଙ୍କା ଉଠାଇଥିଲେ ।

ପରେ ସ୍କୁଟି ସାହାଯ୍ୟରେ ଦୁହେଁ ଶାନ୍ତିବଜାର ନିକଟସ୍ଥ ପେଟ୍ରୋଲ ପମ୍ପରେ ତେଲ ପକାଇ ବଡମଙ୍ଗଳପୁର ଗାଁ ଅଭିମୁଖେ ଫେରୁଥିବା ବେଳେ ଶାନ୍ତିବଜାର ନିକଟ ନାଉପାଳ ଗଡା ପାଖରେ ୨ଜଣ ଦୁର୍ବୃତ ଏକ କଳା ରଙ୍ଗର ପଲସର ବାଇକରେ ଆସି ମିନତୀଙ୍କ ହାତରୁ ବ୍ୟାଗଟିକୁ ଛଡାଇ ନେଇଥିଲେ ।

ତେବେ ସ୍କୁଟି ଡିକି ଭିତରେ ଏକ ଲକ୍ଷ ଟଙ୍କା ଥିବା ବେଳେ ବ୍ୟାଗରେ ଥିବା ୨୦ହଜାର ଟଙ୍କା, ମୋବାଇଲ ଫୋନ, ପାସବୁକ୍, ଚେକ୍ ଓ ସଂଘର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଦୁର୍ବୁତମାନେ ଲୁଟି ନେଇଥିଲେ । ଦୁର୍ବୃତ ଦ୍ୱୟ ହେଲମେଟ୍ ପନ୍ଧିଥିବା ବେଳେ ଲୁଟ କରି ଜଗନ୍ନାଥ ରୋଡ ଦେଇ ଏନଏଚ ୧୬ ଚଣ୍ଡିଖୋଲ ଅଭିମୁଖେ ଚମ୍ପଟ ମାରିଥିଲେ । ଏନେଇ ମିନତୀ ଆଜି ଧର୍ମଶାଳା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ ଚଳାଇଥିଲେ ହେଁ ଦୁର୍ବୃତଙ୍କ କୈାଣସି ଟେର ପାଇ ନାହିଁ ।

Leave A Reply