ଧର୍ମଶାଳା : ଧର୍ମଶାଳା ତହସିଲ ପକ୍ଷରୁ ସୋମବାର ମଧ୍ୟାହ୍ନରେ ବେଆଇନ କ୍ରସର ଉପରେ ଚଢାଉ କରାଯାଇ ୭ ଗୋଟି କ୍ରସରକୁ ସିଲ କରାଯାଇଛି । ଏହି ତହସିଲ ଅନ୍ତର୍ଗତ ପୁରୁଣାବଉଳମାଳ ପଂଚାୟତ ସୁକୁଟିଝର ମୌଜାରେ ଗଡିଉଠିଥିବା କ୍ରସର ଗୁଡିକ ପ୍ରଶାସନର କଟକଣା ସତ୍ୱେ ବେଆଇନ ଭାବେ ଚାଲୁଥିବାରୁ ତହସିଲଦାର ସରୋଜ କୁମାର ପଣ୍ଡା ଆଜି ଅତର୍କିତ ଚଢାଉ କରି ୭ ଗୋଟି କ୍ରସରକୁ ସିଲ କରିଛନ୍ତି । ମାହାମାରୀ କରୋନା ପାଇଁ ଏହି ଉଛେଦ ପ୍ରକ୍ରିୟାରେ ଶିଥିଳତା ଦେଖାଦେଇଥିଲା ।
ବର୍ତମାନ ପୁଣି ତହସିଲ ପ୍ରଶାସନ ପକ୍ଷରୁ ଏହି ବେଆଇନ କ୍ରସର ଉଛେଦ ପ୍ରକ୍ରିୟାକୁ ଆଜି ଠାରୁ ଆରମ୍ଭ କରାଯାଇଛି । ଏହି ଚଢାଉରେ ତହସିଲଦାରଙ୍କ ସମେତ ଅତିରିକ୍ତ ତହସିଲଦାର ଦେବୀପ୍ରସନ୍ନ ମହାନ୍ତି, କାଏମା ଆରଆଇ ବିରଂଚି କୁମାର ବୋଇତେଇ, ଡଙ୍କାରୀ ଆରଆଇ ମନୋଜକୁମାର ସାମଲ ଓ ନାକପୋଲ ଏଆରଆଇ ଚନ୍ଦନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଚଢାଉ ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି ତହସିଲ ପକ୍ଷରୁ ସୂଚନା ଦିଆଯାଇଛି ।