ଧରାକୋଟ–୦୯.୧.୨୩ ଧରାକୋଟ ସ୍ଥିତ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦ୍ଘାଟିତ ହୋଇଯାଇଛି। ଥାନା ଅଧିକାରୀ ମମତା ସାମନ୍ତରାୟ ପ୍ରଦିପ ପ୍ରଜଳନ କରି ଶିବିର କୁ ଉଦ୍ଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଅଧ୍ୟକ୍ଷ ଅକ୍ଷୟ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବାବେଳେ ଅର୍ଥଶାସ୍ତ୍ର ବିଭାଗର ଅଧ୍ୟାପିକା କ୍ଷୀରାବଧୀ ସାହୁ ସଂଯୋଜନା କରିଥିଲେ।ଏହି କାର୍ଯ୍ୟକ୍ରମ ତା-୯/୧୮.୧.୨୩ ପର୍ଯ୍ୟନ୍ତ ଚାଲୁ ରହିବ।ଏହି ତାଲିମ୍ ଶିବିର ରେ ୧୦୬ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି।ଆଜିକାର ଉଦଘାଟନ ଉତ୍ସବରେ ଇଂରାଜୀ ଅଧ୍ୟାପକ ବଳରାମ ସ୍ବାଇଁ ଅଧ୍ୟାପକ ଲଡୁ କିଶୋର ବେହେରା , ରାଜଶ୍ରୀ ବେହେରା, କ୍ରୀଡା ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଦାସ୍, ଗୋପାଳକୃଷ୍ଣ ପଣ୍ଡା, ଦିଲ୍ଲୀପ ମହାନ୍ତି,ପ୍ରଦିପ କୁମାର ପାଣିଗ୍ରାହୀ, ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ର ଆବଶ୍ୟକ ତା ଓ ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିବାବେଳେ ଅଧ୍ୟକ୍ଷ ଶୃଙ୍ଖଳା ରସହ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାପାଇଁ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।