ନୂଆଦିଲ୍ଲୀ : ମଣିଷର ଇଚ୍ଛା ଶକ୍ତି ନିକଟରେ ହାର ମାନିଥାଏ ତାର କପାଳ ଲିଖନ ..
ହଁ ଆଜ୍ଞା ଏହାକୁ ସଫଳ କରି ଦେଖାଇଛନ୍ତି ଭାରତର ଦେବ ରତୁଡି l ଯିଏ କି ଆଜି ଚୀନ ଚଳଚିତ୍ର ଜଗତର ଜଣେ ଜଣାଶୁଣା କଳାକାର l ଗୋଟିଏ ୱେଟର ଭାବରେ ଭାରତରୁ ଚୀନ ଯାଇଥିବା ଦେବ ରତୁଡି ବର୍ତମାନ ସୁଦ୍ଧା ୨୦ ରୁ ଅଧିକ ଚୀନୀ ଚଳଚିତ୍ର ରେ ନିଜର ଅଭିନୟ ର ପାରଦର୍ଶିତା ଦେଖାଇ ସାରିଛନ୍ତି l ହିନ୍ଦୁସ୍ତାନ ଟାଇମ୍ସ ର ସୂଚନା ଅନୁସାରେ ଦେବ ରତୁଡି ଭାରତ ଉତ୍ତରାଖଣ୍ଡ ର ବାସିନ୍ଦା ଅଟନ୍ତି l ସେ ଜଣେ ଚାଷୀ ପରିବାରର ବ୍ୟକ୍ତି l ୪୬ ବର୍ଷୀୟ ଦେବ ରତୁଡି ପ୍ରସିଧ ଦିବଂଗତ କଳାକାର ଓ ମାର୍ଶାଲ ଆର୍ଟ କଳାକାର ବୃଷ ଲି ଙ୍କର ବଡ଼ ପ୍ରଶଂସକ l ସେ କଦାପି ଭାବି ନଥିଲେ ତାଙ୍କର ଇଚ୍ଛା ଶକ୍ତି ତାଙ୍କୁ ଟାଣିନେବ ଚୀନ ର ଫିଲ୍ମ ଦୁନିଆକୁ l ଆଜି ଦେବ ଚୀନ ର ଜଣେ ପ୍ରସିଦ୍ଧ କଳାକାର l ତାଙ୍କୁ ବିଭିନ୍ନ ଚଳଚିତ୍ର ଓ ୱେବ ସିରିଜ ରେ କାର୍ଯ୍ୟ କରିବାର ଅଫର ମିଳିବାରେ ଲାଗିଛି l
ଦେବ ରତୁଡି ଚୀନ ରେ ଏତେ ପ୍ରସିଦ୍ଧ ଯେ ବିଭିନ୍ନ ସ୍କୁଲ ର ପାଠ୍ୟ ପୁସ୍ତକ ରେ ତାଙ୍କ କାହାଣୀ କୁ ସାମିଲ କରାଯାଇଛି, ଯାହାକି ପିଲା ମାନଙ୍କ ପାଇଁ ପ୍ରେରଣା ଦାୟକ l ୧୮ ବର୍ଷ ପୂର୍ବେ ଚୀନ ରେ ଗୋଟିଏ ୱେଟର ଭାବରେ କାର୍ଯ୍ୟ ଆରମ୍ଭ କରିଥିବା ଦେବ ରତୁଡି କେବେ ଭାବି ନଥିଲେ ତାଙ୍କ ଜୀବନୀ ଚୀନ ର ପାଠ୍ୟକ୍ରମ ରେ ଶାମିଲ କରାଯିବ l ଚୀନ ର ସପ୍ତମ ଶ୍ରେଣୀର ପିଲା ମାନଙ୍କୁ ଦେବ ରତୁଡି ଙ୍କ ବିଷୟରେ ଶିକ୍ଷା ଦିଆଯାଉଛି l
ଦେବ ରତୁଡି ଉତ୍ତରାଖଣ୍ଡ ର ଟେହରି ଗଡ଼ବାଲ ଜିଲ୍ଲାରେ ଗୋଟିଏ କୃଷକ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ l ଚୀନ ଯିବା ପୂର୍ବରୁ ଦେବ ଭାରତରେ ଅଡିସନ ମଧ୍ୟ ଦେଇଥିଲେ l କିନ୍ତୁ ତାଙ୍କୁ ସର୍ବଦା ନିରାଶା ମିଳିଥିଲା l ଏହାପରେ ସେ ଭାରତରେ ମାର୍ଶାଲ ଆର୍ଟ ଶିଖିବା ପରେ ଚୀନ ପଳାଇ ଯାଇଥିଲେ l ୨୦୦୫ ରେ ସେ ବେଜିଙ୍ଗ ର ଗୋଟିଏ ରେସ୍ତୁରଣ୍ଟ ରେ ୱେଟର ଭାବରେ କାମ ଆରମ୍ଭ କରିଥିଲେ l ସେ ଏହି ର୍ରେସ୍ତୁରଣ୍ଟ ରେ ୧୦ ହଜାର ଟଙ୍କା ମାସିକ ଦରମାରେ କାମ କରି ମନ୍ଦାରିନ ଭାଷା ଶିଖିଥିଲେ l ସେ ଗୋଟିଏ ସାକ୍ଷାତକାର ରେ କହିଥିଲେ ଯେ ମାର୍ଶାଲ ଆର୍ଟ ର ଶିକ୍ଷା ଗ୍ରହଣ କରିଥିବାରୁ ମୋର ବହୁତ ଚୀନ ଚଳଚିତ୍ର ଜଗତରୁ ଆଶା ରହିଥିଲା l କିନ୍ତୁ ଯେତେବେଳେ ମୁଁ ଶୁଣିଲି ଯେ ଉପଯୁକ୍ତ ମାର୍ଶାଲ ଆର୍ଟ ରେ ପ୍ରଶିକ୍ଷଣ ପାଇଁ ସୋଆଲୀନ ମନ୍ଦିର ଯିବାକୁ ପଡିବ l ଯାହାକି ଗୋଟିଏ ମଠ ସଂସ୍ଥା l କିନ୍ତୁ ଏଠାକାର ଖର୍ଚ୍ଚ ବହନ କରିବା ପାଇଁ ମୁଁ ଅକ୍ଷମ ଥିଲି l ମୁଁ କିନ୍ତୁ ନିଜ ନିଷ୍ପତି ରେ ଅଟଳ ଥିଲି l ତେଣୁ କଠିନ ପରିଶ୍ରମ କରି ଚୀନ ସ୍ଥିତ ଗୋଟିଏ ଜର୍ମାନ ରେସ୍ତୁରାଣ୍ଟ ରେ ମ୍ୟାନେଜର ହୋଇଗଲି l
ଆଗକୁ ଯାଇ ୨୦୧୩ ରେ ଦେବ ରେଡ ଫୋର୍ଟ ନାମକ ନିଜର ଗୋଟିଏ ରେସ୍ତୁରାଣ୍ଟ ଖୋଲିଲେ l ଏହିଠାରୁ ଖୋଲିଥିଲା ତାଙ୍କ ଭାଗ୍ୟ l ଦେବ ଙ୍କ ରେସ୍ତୁରାଣ୍ଟ ଙ୍କୁ ଜଣେ ଚଳଚିତ୍ର ଡାଇରେକ୍ଟର ଖାଇବାକୁ ଆସିଥିଲେ , ତାଙ୍କୁ ଖାଦ୍ୟ ପରସିବା ସମୟରେ ତାଙ୍କର ନିକଟତର ହୋଇଥିଲେ l ଏହାପରେ ସେ ସ୍ୱାତ ନାମକ ଗୋଟିଏ ଚଳଚିତ୍ର ରେ ଗୋଟିଏ ଛୋଟ ଅଭିନୟ କରିଥିଲେ , ଏବଂ ଏହାପରେ ସେ ଆଉ ପଛକୁ ବୁଲି ଚାହିଁ ନାହାନ୍ତି l ବର୍ତମାନ ଦେବ ରାତୁଡି ଚିନୀ ଚଳଚିତ୍ର ର ଜଣେ ଲୋକପ୍ରିୟ କଳାକାର ଭାବରେ ସମସ୍ତ ଙ୍କ ର ପ୍ରିୟ ଅଟନ୍ତି l ଏବଂ ବର୍ତମାନ ସେ ଚୀନ ରେ ୮ ଟି ରେସ୍ତୁରାଣ୍ଟ ର ମଧ୍ୟ ମାଲିକ ଅଟନ୍ତି l