Odisha news

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଛନ୍ତି ଆମେରିକା ବ୍ଲଗର

0

ନୂଆଦିଲ୍ଲୀ : ଆମେରିକାର ବ୍ଲଗର ସିଂଥିଆ ରିଚେଙ୍କ ପାକିସ୍ତାନ ସରକାର ୧୫ ଦିନ ମଧ୍ୟରେ ଦେଶ ଛାଡିବାକୁ କହିଛନ୍ତି l ଇସ୍ଲାମାବାଦର ହାଇ କୋର୍ଟ ଗତ କିଛି ଦିନ ତଳେ ଗୋଟିଏ ଫଇସଲା ଶୁଣାଇ ସିଂଥିଆଙ୍କ ବୟାନ ଉପରେ ଆପତ୍ତି ଜଣାଇଛି ଓ ପାକିସ୍ତାନ ସରକାରଙ୍କୁ ତାଙ୍କର ପାକିସ୍ତାନରେ ରହିବାକୁ ନେଇ ଫଇସଲା ନେବାପାଇଁ କହିଛି l ବୁଧବାର ଦିନ ପାକିସ୍ତାନର ଅନ୍ତରୀଣ ମନ୍ତ୍ରଣାଳୟ ଆମେରିକା ବ୍ଳଗରଙ୍କର ଅପିଲକୁ ଖାରଜ କରି ଦେଇଛି ଓ ଆସନ୍ତା ୧୫ ଦିନ ମଧ୍ୟରେ ଦେଶ ଛାଡିବାକୁ କହିଛି l

ଆମେରିକା ବ୍ଲଗର ସିଂଥିଆ ରିଚେ ଅନେକ ଦିନରୁ ପାକିସ୍ତାନରେ ରହି ଆସୁଥିଲେ ଓ ପାକିସ୍ତାନର ରାଜନୀତି ବିଷୟରେ ମଧ୍ୟ ଲେଖାଲେଖି କରୁଥିଲେ l ଜଣେ PPP ପାର୍ଟି ନେତାଙ୍କ ପକ୍ଷରୁ ଅଦାଲତରେ ସିଂଥିଆଙ୍କ ବିରୁଦ୍ଧରେ ଯାଚିକା ଦାୟର କରାଯାଇଥିଲା ,ଯେଉଁଥିରେ ପୂର୍ବ ପ୍ରଧାନମନ୍ତ୍ରୀ ବେଞ୍ଜିର ଭୁଟୋଙ୍କ ବିରୁଦ୍ଧରେ ଆପତ୍ତି ଜନଙ୍କ ଭାଷାର ଉପଯୋଗ କରିଥିବାର କଥା କୁହାଯାଇଥିଲା l ମିଳିଥିବା ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ସିଂଥିଆଙ୍କ ପକ୍ଷରୁ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ୟୁସୁବ ରଜା ଗିଲାନି ଓ ପୂର୍ବ ଗୃହମନ୍ତ୍ରୀ ରହମାନ ମାଲିକଙ୍କ ବିରୁଦ୍ଧରେ ଯୌନ ଶୋଷଣର ଆରୋପ ଲଗାଇଥିଲେ l ଏହି ଘଟଣା ପରେ ଅନେକ ହଙ୍ଗାମା ହୋଇଥିଲା ,ଏହା ବ୍ୟତୀତ ସିଂଥିଆ PPP ପାର୍ଟି ନେତାଙ୍କ ଉପରେ ଧମକ ଦେବାର ଆରୋପ ଲଗାଇଥିଲେ l

ସିଂଥିଆଙ୍କ ଆରୋପ ଅନୁସାରେ ଏହି ଘଟଣା ୨୦୧୧ ରେ ହୋଇଥିଲା ଯେତେବେଳେ PPP ପାର୍ଟି ସରକାରରେ ଥିଲେ l ପାର୍ଟିର ଅନ୍ୟ ନେତାଙ୍କ ପକ୍ଷରୁ ଏହି ଆରୋପକୁ ଖଣ୍ଡନ କରାଯାଇଛି l ପାକିସ୍ତାନ ସରକାରଙ୍କ ଅନୁସାରେ ସିଂଥିଆ ରିଚେଙ୍କ ଭିସାର ଅବଧି ଅଗଷ୍ଟ ୩୧ରେ ସସରି ଯାଇଛି କିନ୍ତୁ ବର୍ତ୍ତମାନ ସେହି ଅବଧିକୁ ବଢାଯାଇ ନାହିଁ ତେଣୁ ୧୫ ଦିନ ମଧ୍ୟରେ ଦେଶ ଛାଡିବାକୁ କୁହାଯାଇଛି l

Leave A Reply