Odisha news

ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ କରୋନା ସଚେତନତା

ଡେରାବିଶ : – ଡେରାବିଶ ବ୍ଳକ ଯଅଁରାବାରିମୂଳ ପଂଚାୟତର ଯଅଁରାବାରିମୂଳ ଓ ଭିତରବମ୍ପୁ ଗ୍ରାମର ଦୁସ୍ଥ ଓ ଦଳିତବସ୍ତି ଅଂଚଳରେ ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ଆନୁକୂଲ୍ୟରେ କରୋନା ସମ୍ପର୍କରେ ସଚେତନ କରାଯିବା ସହ ମାସ୍କ ଓ ସାନିଟାଇଜର ବଂଟନ କରାଯାଇଥିଲା । ଟ୍ରଷ୍ଟର ବରିଷ୍ଠ ସଦସ୍ୟ ଫକିର ଚରଣ ଖଟୁଆ, ବସନ୍ତ କୁମାର ସେଠୀ, ବିଧୁଭୂଷଣ ମହାପାତ୍ର, ରଘୁନାଥ ଶତପଥି, ସୁଖଦାନନ୍ଦ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସ୍ଥାନୀୟ ଗ୍ରାମର ପ୍ରତିନିଧି ତ୍ରିଲୋଚନ ପରିଡ଼ା, ରାଜେନ୍ଦ୍ର ବାରିକ, ସୁରେନ୍ଦ୍ର ସାହୁ, ନିର୍ମଳ ବଳ, ଗୌତମ ବଳ, ମହେନ୍ଦ୍ର ମଳିକ ଓ ମନୋରଞ୍ଜନ ରଥ ପ୍ରମୁଖ ସହଯୋଗ କରିଥିଲେ ।

Comments are closed.