ଡେରାବିଶ : – ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ଚାନେ୍ଦାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ତତ୍ୱାବଧାନରେ ବାଙ୍କିମୁଣ୍ଡାଇ ଉଚ୍ଚ ବାଳିକା ବିଦ୍ୟାଳୟରେ ଆଜି ନୂତନ ଟିକାକରଣ କେନ୍ଦ୍ରର ଶୁଭାରମ୍ଭ ହୋଇଛି । ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡକ୍ଟର ନଜରୁଲ ଅଖତର, ମହିଳା ସ୍ୱାସ୍ଥ୍ୟକର୍ମୀ ଭାରତୀ ସ୍ୱାଇଁ, ଶ୍ରଦ୍ଧାଞ୍ଜଳି ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଟିକାଦାନ କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ, କର୍ମଚାରୀ, ସରପଂଚଙ୍କ ପ୍ରତିନିଧି କୈଳାସ ଚନ୍ଦ୍ର କର ପ୍ରମୁଖ ପରିଚାଳନ କରିଥିଲେ । ଏହି କେନ୍ଦ୍ରରେ ଆଜି ୪୫ ରୁ ଉଦ୍ଧ୍ୱର୍ ୧୦୦ ଜଣ ବ୍ୟକ୍ତିଙ୍କୁ ଟିକାକରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଏଠାରେ ଚାଲୁ ରହିବ ବୋଲି ଚିକିତ୍ସାଧିକାର ଡକ୍ଟର ଅଖତର ସୂଚନା ଦେଇଛନ୍ତି । (ଫଟୋ-୩)

Comments are closed.