Odisha news

ବିଦୁ୍ୟତ ସମସ୍ୟା ନେଇ ଏସ୍.ଇ ଙ୍କ ଠାରେ ଫେରାଦ ହେଲା ବିଜେପିି

ବାଲେଶ୍ୱର-ବାଲେଶ୍ୱରରେ ଇଲେକ୍ଟ୍ରି ସମସ୍ୟା ନକହିଲେ ଚଳେ । ସକାଳ ହେଉ କି ସନ୍ଧ୍ୟା, ଦ୍ୱିପହର ହେଉ କି ରାତି ବିଭିନ୍ନ ସମୟରେ ସବୁଆଡେ ଘନଘନ ବିଦୁ୍ୟତ କାଟ ହେଉଛି । ଏହା ବ୍ୟତୀତ ଆକାଶରେ ମେଘ ଉଠାଇଲେ, ବିଜୁଳି ମାରିଲେ ଓ ଯଦି ଗଛର ପତ୍ର ବି ହଲିବ ତାହେଲେ ବି ସଙ୍ଗେସଙ୍ଗେ ବିଦୁ୍ୟତ କାଟ ହୋଇଯାଏ । ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକା ପରିମାଣରେ ବିଦୁ୍ୟତ କାଟ ହେଉଛି ।

କେତେବେଳେ ପାଞ୍ଚ ଦଶ ମିନିଟ ଆରମ୍ଭ କରି ଅଧ ଘଣ୍ଟାଏ ତ କେତେବେଳେ ଘଣ୍ଟା ଘଣ୍ଟା ଧରି ବିଦୁ୍ୟତ କାଟ ହେଉଛି । ବିଶେଷ ଭାବେ ସାମୁଦ୍ରିକ ବାତ୍ୟା ୟସ ପରେ ବାଲେଶ୍ୱର ସଦର ବ୍ଲକର ବିଭିନ୍ନ ସ୍ଥାନରେ ବିଦୁ୍ୟତ ସମସ୍ୟା ଦେଖାଦେଉଛି । ଆଜିବି ବହୁ ଗ୍ରାମରେ ବିଦୁ୍ୟତ ଖୁଣ୍ଟ ପଡିରହିଛି ତ କେଉଁଠି ତାର ସଂଯୋଗ ହୋଇପାରି ନାହିଁ । ଫଳରେ ସାଧାରଣ ଲୋକ ଏ ଖରା ସମୟରେ ହନ୍ତସନ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ସଦର ବିଜେପିର ଏକ ପ୍ରତିନିଧି ଦଳ ଇଲେକ୍ଟ୍ରିକାଲ ଏସ୍.ଇ ଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ବାତ୍ୟାର ପରବର୍ତ୍ତୀ ୨୪ ଘଣ୍ଟା ଭିତରେ ସବୁ ସ୍ଥାନରେ ବିଦୁ୍ୟତ ସଂଯୋଗ ହୋଇଯିବ ବୋଲି ରାଜ୍ୟ ସରକାରଙ୍କ ମନ୍ତ୍ରୀ କହିଥିଲେ ଯାହା ପାଣିର ଗାର ସଦୃଶ ଭାବେ ପରିଲକ୍ଷିତ ହୋଇଅଛି । କିଛି ଜାଗାରେ ରାଜନୈତିକ ଉଦେ୍ଦଶ୍ୟ ରଖି ଦଳୀୟ ଭିତ୍ତିକ ବିଦୁ୍ୟତ ସରବରାହ କରାଯାଉଛି ଯାହା ଅତି ନିନ୍ଦନୀୟ । ଦଳ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦୁଇ ଦିନ ମଧ୍ୟରେ ବିଜୁଳି ଯୋଗାଇବା ପାଇଁ ଯୁବ ନେତା ମାନସ ଦତ୍ତ ଦାବୀ ଜଣାଇଛନ୍ତି । ଉକ୍ତ ପ୍ରତିନିଧି ଦଳରେ ଶ୍ରୀ ଦତ୍ତଙ୍କ ସମେତ ରବିନାରାୟଣ ମହାପାତ୍ର, ସୀତାକାନ୍ତ ସ୍ୱାଇଁ, ଗୌରାଙ୍ଗ ଦାସ, ଲୋକନାଥ ଭୂୟାଁ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ସତ୍ୟଜିତ ମିଶ୍ର, ଅନନ୍ତ ନାୟକ, ବିକାଶ ପାଢୀ, ମନ୍ମୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ସଦର ମିଡିଆ ସଂଯୋଜକ ଅରୁପ ଜେନା ଏକ ଲିଖିତ ବିବୃତିରେ ଜଣାଇଛନ୍ତି ।

Ad2

Comments are closed.