ସିମୁଳିଆ-ସରକାରୀଭାବେ ରାସ୍ତା ନିର୍ମାଣ ପାଇଁ ଗୁହାରୀ କରି କିଛି ଫଳ ନ ହେବାରୁ ଗ୍ରାମବାସୀ ମିଳିତ ଶ୍ରମଦାନ ଓ ଅର୍ଥ ସାହାର୍ଯ୍ୟ କରି ରାସ୍ତା ନିର୍ମାଣ କରିଛନ୍ତି । ବିବରଣୀରୁ ପ୍ରକାଶ ସିମୁଳିଆ ବ୍ଲକ ଅନ୍ତର୍ଗତ ମାର୍କୋଣା ପଞ୍ଚାୟତର ବାଦଲପୁର ଗ୍ରାମବାସୀଙ୍କ ଏହି ଉଦ୍ୟମଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ୟସ ବାତ୍ୟାରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାଟିର ୫୦ଫୁଟ ଘାଇ ସୃଷ୍ଟି କରି ଯୋଗାଯୋଗ ବିଛିନ୍ନ ହୋଇଯିବା ପରେ ସାହିରୁ କେହି ବାହାରି ପାରି ନ ଥିଲେ କାରଣ ଏହି ଗାଁକୁ ଏହି ରାସ୍ତାଟି ଏକମାତ୍ର ରାସ୍ତା ।
ଏ ସଂକ୍ରାନ୍ତରେ ଗ୍ରାମବାସୀ ସରପଞ୍ଚ,ପଞ୍ଚାୟତ ସେକ୍ରେଟେରୀ ଓ ରାଜନେତାଙ୍କୁ ଜଣାଇ ଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆ ଯାଇ ନ ଥିଲା । ଫଳରେ ଗ୍ରାମର ଉଦ୍ୟମୀ ବ୍ୟକ୍ତିଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଏକତ୍ର ହୋଇ ଶ୍ରମଦାନ କରିବା ସହିତ ଆର୍ଥôକ ସାହାର୍ଯ୍ୟ କରି ରାସ୍ତାକୁ ନିର୍ମାଣ କରିଛନ୍ତି । ଫଳରେ ଯାତାୟତ ଜନିତ ଅସୁବିଧା କିଛିଦିନ ପାଇଁ ଦୂର ହୋଇ ପାରିଛି ।
ଗ୍ରାମର ସନାତନ ବାରିକ ଏବଂ ନନ୍ଦକିଶୋର ବାରିକଙ୍କ ନେତୃତ୍ୱରେ ଗୀତାଞ୍ଜଳୀ ବାରିକ, ସୀତାରାଣୀ ବାରିକ, ଦିବାକର ବାରିକ, ରଶ୍ମିରେଖା ବାରିକ, ଲକ୍ଷ୍ମୀଧର ବାରିକ,ମାନସୀ ବାରିକ,ତପସ୍ୱନୀ ବାରିକ,ୁବାସିନୀ ବାରିକ,ପ୍ରଭାସିନୀ ବାରିକ,ସାବିତ୍ରୀ ବାରିକ,ଜ୍ୟୋସ୍ନାରାଣୀ ବାରିକ,ବସନ୍ତ ଦଳେଇ,ସୁଶାନ୍ତ ଦଳେଇ,ପ୍ରଶାନ୍ତ ଦଳେଇ ସତ୍ୟ ସାହୁ,ମନୋଜ ବାରିକ ପ୍ରମୁଖ ୫୦ଫୁଟର ଘାଇ ଏବଂ ଭାଙ୍ଗି ଯାଇଥିବା କଂକି୍ରଟ ରାସ୍ତାକୁ କ୍ରସରଗୁଣ୍ଡ ପକାଇ ରାସ୍ତା ନିର୍ମାଣ କରିଛନ୍ତି । ଏ ସଂକ୍ରାନ୍ତରେ ସରପଞ୍ଚ ପ୍ରଦୀପ ବେହେରାଙ୍କୁ ପଚାରିବାରୁ ଭାଙ୍ଗି ଯାଇଥିବା ରାସ୍ତାକୁ ତୁରନ୍ତ ପଂଚାୟତ ଫାଇଲ ପୁଟ କାର୍ଯ୍ୟକୁ ତୁରାନ୍ୱିତ କରିବାକୁ ପ୍ରତିଶୃତି ଦେଇଛନ୍ତି ।

Comments are closed.