Odisha news

ବଡ ଧରଣର ଡକାୟତି ଯୋଜନା ପଣ୍ଡ ୩ଗିରଫ ୩ଫେରାର

0

ଡେଲାଙ୍ଗ-ଡେଲାଙ୍ଗ ପୁଲିସ କୁ ଗୋଟେ ବଡ ସଫଳତା ମିଳିଛି। ସୂଚନାନୁଯାଇ  ଡେଲାଙ୍ଗ ଓ ଜଟଣୀ ଥାନା ଅନ୍ତର୍ଗତ ଏକ ବଡଧରଣର ଡକାୟତୀ ପାଇଁ ଯୋଜନା କରୁଥିବା ବେଳେ ଖବର ପାଇ ରାତ୍ରକାଳୀନ ପୁଲିସ ପେଟ୍ରୋଲିଙ୍ଗ ଗାଡିରେ ସଦଳବଳ ପୁଲିସ  ଘଟଣାସ୍ଥଳରେ ପହଂଚି ସେଠାରେ ଚଢାଉ କରିଥିଲେ । ୩ ଅଭିଯୁକ୍ତ ଙ୍କୁ ସେଠାରୁ ଧରିଥିବା ବେଳେ ଅନ୍ଯ ୩ଅଭିଯୁକ୍ତ ପୁଲିସକୁ ଚକମା ଦେଖାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ସୁଚନା ମିଳିଛି।  ପୁଲିସ ସୁତ୍ରରୁ ମିଳିଥିବା ଖବର ଅଭିଯୁକ୍ତମାନେ ଡେଲାଙ୍ଗ ଥାନା ହରିରାଜପୁର ଫାଣ୍ଡି ଅନ୍ତର୍ଗତ ଗୋଡିପୁଟମାଟିଆ ପଞ୍ଚାୟତ ଗୋଦାସାହୀ ଠାରେ ଥିବା ଏକ କୁକୁଡା ଫାର୍ମରେ ଡକାୟତୀ ପାଇଁ ରାତିରେ ପ୍ରସ୍ତୁତୀ ଚଳାଇଥିଲେ। ଖବର ପାଇ ପୁଲିସ ସେଠାରେ ଚଢ଼ାଉ କରିଥିଲା।୬ଜଣ ଅଭିଯୁକ୍ତଙ୍କ ମଧ୍ୟ ରୁ ପୁଲିସ ୩ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅନ୍ଯ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗିରଫ ଅଭିଯୁକ୍ତ ନିଲୁ ଓରଫ ବିଶ୍ବଜିତ ସାମନ୍ତରାୟ (୨୬)ହରିପୁର ଗ୍ରାମ ଡେଲାଙ୍ଗ ଥାନା ହୋଇଥିବା ବେଳେ ଶିବାଜି ପାଇକରାୟ (୨୮)କଣାସ ଥାନା ବଳଭଦ୍ରପୁର, ବିଶ୍ଵରଞ୍ଜନ ଜେନା (୩୧) ଗୋଦାସାହୀ  ଡେଲାଙ୍ଗ ଥାନା କେଶ ନମ୍ବର ୧୨୮୵୨୨ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ନିଲୁ ଏବଂ ଶିବାଜୀଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିବା ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ସୁଚନା ଦେଇଛନ୍ତି।

Leave A Reply

Your email address will not be published.