Odisha news

ବୁଗୁଡ଼ାରେ ନୃସିଂହ ଚର୍ତୁଦଶୀ ଉତ୍ସବ ପାଳିତ

0
ବୁଗୁଡ଼ା : ୧୪/୦୫/୨୨ : ସ୍ଥାନୀୟ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ ନୃସିଂହ ଚର୍ତୁଦଶୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏ ଅବସରରେ ସକାଳେ ଠାକୁରଙ୍କ ପ୍ରାତଃ ସ୍ନାନ, ମଙ୍ଗଳ ଆଳତି , ରାଜ ଆଳତି , ଲକ୍ଷ୍ମୀନୃସିଂହଙ୍କ ଷୋଡ଼ଶ ଉପଚାର ପୂଜା ଓ ଅଭିଷେକ ସାଙ୍ଗକୁ ସନ୍ଧ୍ୟାରେ ନୃସିଂହ ଜନ୍ମ ପାଳନ , ହୋମ, ପୂର୍ଣ୍ଣାହୁତି ,ଆଳତି ଆଦି ବିଧି ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଥିଲା । ପୂଜକ ମନୋଜ କୁମାର ପଣ୍ଡା ଓ କାଳିଆ ପଣ୍ଡା ଠାକୁରଙ୍କ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୁରୋହିତ ଅନ୍ତର୍ଯ୍ୟାମୀ ଦାଶ, ଗଙ୍ଗାଧର ଦାଶ ଓ ଦୁର୍ଗା ମାଧବ ପାଣି ପ୍ରମୁଖ ହୋମ କାର୍ଯ୍ୟ ସମ୍ପାଦନ କରିଥିଲେ  । ଉକ୍ତ ଉତ୍ସବ ଅବସରରେ ଠାକୁରଙ୍କ ଉପାସନା ଓ ଦର୍ଶନ ପାଇଁ ମନ୍ଦିରରେ ବହୁ ଭକ୍ତଙ୍କ ସମାବେଶ ହୋଇଥିଲା ବେଳେ ରାତ୍ର କାଳରେ ମନ୍ଦିର ସମ୍ମୁଖରେ “ଭକ୍ତ ପ୍ରହଲ୍ଲାଦ” ନାଟକ ପରିବେଷଣ ହୋଇଥିଲା ।
ଉକ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟିର ଶରତ ଚନ୍ଦ୍ର ମହାରଣା, ଦିନବନ୍ଧୁ ପାଣି , ଦେବେନ୍ଦ୍ର ପାଣି , ଦୁଃଖା ପାଣି , ଅଶୋକ ପାଣି , ହୁର୍ଷିକେଶ ପାଣି  ଓ ଶ୍ଯାମ ସୁନ୍ଦର ପାଣି ପ୍ରମୁଖ ପରିଚାଳନା କରିଥିଲେ ।
Leave A Reply

Your email address will not be published.