ପାରାଦୀପ୍ – ପାରାଦୀପ୍ ସମୁଦ୍ର କୂଳ ରୁ ଅଷ୍ଟମ ଶ୍ରେଣି ଛାତ୍ର ନିଖୋଜ | ଆଜି ଅପରାହ୍ଣ ରେ ମଧୁବନ ଅଞ୍ଚଳ ର ପ୍ରୀତମ ଦାସ ନାମକ ଛାତ୍ର ନିଜ ସାଇକେଲ ଡ୍ରେସ୍ ସମୁଦ୍ର କୂଳ ରେ ଥୋଇ ସମୁଦ୍ର ଭିତରକୁ ଗାଧୋଇବାକୁ ଯାଇ ଥିବା କିମ୍ବା କେଉଆଡେ ଚାଲିଯାଇଥିବା ସନ୍ଦେହ କରାଯାଉଛି | ତାଙ୍କ ଡ୍ରେସ୍ ଓ ସାଇକେଲ ଜୋତା ବ୍ୟାଗ୍ ସମୁଦ୍ର ବେଳାଭୂମିରେ ପଡି ଥିବାରୁ କେହି କେହି ସେ ସମୁଦ୍ର ଭିତରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା କୁହାଯାଉଛି | ତେବେ ସ୍ତାନୀୟ ଲୋକ, ଦମକଳବାହିନୀ ଓ ଜଟାଧାରୀ ମୁହାଣ ପୋଲିସ ପ୍ରୀତମ ଙ୍କୁ ଖୋଜିବାରେ ଲାଗୀ ପଡିଛନ୍ତି | ତେବେ ପ୍ରୀତମ ସକାଳ ସମୟ ରେ ସ୍କୁଲ ଆସି ସେଠାରୁ ଛୁଟି ହେବା ପରେ ସେ ପାଖରେ ଥିବା ସମୁଦ୍ର କୂଳ ଆଡକୁ ନିଜ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲେ | ସେଠାରେ ନିଜ ସାଇକେଲ ଓ ବ୍ୟାଗ ତାଙ୍କର ଥୁଆ ଯାଇଥିବା ବେଳେ ସେ ପାଣି ଭିତରେ ପଶି ଗାଧୋଇବାରେ ଲାଗିଥିଲେ | ବିଳମ୍ବିତ ହେବାରୁ ସାଥୀ ସାଙ୍ଗ ମାନେ ଚାଲିଆସିଥିବା ବେଳେ ପ୍ରୀତମ ଙ୍କର ଆଉ ଦେଖା ମିଳିନଥିଲା | ତେଣୁ ପ୍ରୀତମ ସମୁଦ୍ର ରେ ବୁଡି ଯାଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି | ଏପର୍ଯ୍ୟନ୍ତ ପ୍ରୀତମ ଙ୍କର ସନ୍ଧାନ ମିଳିପାରିନାହିଁ | ସେ ବେଥାନି ସ୍କୁଲ ର ଛାତ୍ର ବୋଲି ଜଣାପଡିଛି |
