Odisha news

ଦୀପିକାଙ୍କୁ ଭାଇରସ୍‌ ଭୟ

0

ଦୀପିକା ପାଦୁକୋନ୍‌ ଚଳିତ ବର୍ଷ ପ୍ୟାରିସ୍‌ ଫ୍ୟାଶନ୍‌ ୱିକ୍‌ରେ ଭାଗ ନେବେ ନାହିଁ । ସବୁଆଡ଼େ କରୋନା-ଭାଇରସ୍‌ ଭୟକୁ ଦେଖି ପ୍ୟାରିସ୍‌ ଟ୍ରିପ୍‌ କ୍ୟାନସେଲ୍‌ କରିଛନ୍ତି ଦୀପିକା । ଲଗ୍‌ଜରି ଫ୍ୟାଶନ୍‌ ବ୍ରାଣ୍ଡ୍‌ ‘ଲୁଇ ଭିନ୍ତୋ’ ପକ୍ଷରୁ ତାଙ୍କୁ ନିମନ୍ତ୍ରଣ ଥିଲା । ଦୀପିକାଙ୍କ ଅଧିକାରୀ କହିଛନ୍ତି, ଫ୍ରାନ୍ସରେ ଚାଲୁଥିବା ପ୍ୟାରିସ୍‌ ଫ୍ୟାଶନ୍‌ ୱିକ୍‌ରେ ଲୁଇ ଭିନ୍ତୋର ଏଫ୍‌ଡବ୍‌ଲୁ୍ୟ୨୦୨୦ ଶୋ’ରେ ଦୀପିକା ଭାଗ ନେଇଥାନ୍ତେ । ହେଲେ କରୋନା-ଭାଇରସ୍‌ ଫ୍ରାନ୍ସରେ ଏବେ ମହାମାରି ଭାବେ ପ୍ରବେଶ କରିଛି । ସେଥିପାଇଁ ସେ ଟ୍ରିପ୍‌ କ୍ୟାନ୍‌ସେଲ୍‌ କରିଛନ୍ତି । ଦୀପିକା ଖୁବ୍‌ଶୀଘ୍ର ଅପ୍‌କମିଙ୍ଗ୍‌ ଫିଲ୍ମ ‘୮୩’ରେ କପିଲ ଦେବଙ୍କ ସ୍ତ୍ରୀ ରୋମି ଦେବଙ୍କ ଭୂମିକାରେ ନଜର ଆସିବେ । ଏଥି ସହ ହଲିଉଡ୍‌ର ହିଟ୍‌ କମେଡି ଫିଲ୍ମ ‘ଦ ଇଣ୍ଟର୍ନ’ର ଅଫିସିଆଲ୍‌ ହିନ୍ଦୀ ରିମେକ୍‌ରେ ବି କାମ କରିବେ ।

Leave A Reply