Odisha news

ରାଜ୍ୟସଭା ଆସନ ଲାଗି ଚର୍ଚ୍ଚାରେ ଦିଲ୍ଲୀପ, ଅନଙ୍ଗ, ପ୍ରସନ୍ନ, ଶ୍ରୀମୟୀ

0

ଭୁବନେଶ୍ୱର,୩ା୩ : ଖାଲିପଡୁଥିବା ୪ ରାଜ୍ୟସଭା ଆସନର ନିର୍ବାଚନ ଆସନ୍ତା ୬ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସଂଖ୍ୟା ଦୃଷ୍ଟିକୋଣରୁ ବିଜେଡି ୩ ଆସନରେ ଜିତିବାକୁ ସକ୍ଷମ । ୪ର୍ଥ ଆସନ ଲାଗି ବିଜେପି କିମ୍ବା ଅନ୍ୟଦଳ ବିଧାୟକମାନଙ୍କର ସମର୍ଥନ ଆବଶ୍ୟକ । ତେବେ ସୂଚନା ଅନୁଯାୟୀ ଆସନ୍ତା ୮ତାରିଖରେ ବିଜେଡି ବିଧିବଦ୍ଧ ଭାବେ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବ । ବିଜେଡି ସକ୍ଷମ ଥିବା ୩ ଆସନ ଲାଗି ଦାବିଦାରଙ୍କ ସଂଖ୍ୟା ୩୦ରୁ ଅଧିକ । ତେବେ ରାଜ୍ୟସଭାର ପ୍ରାର୍ଥୀ ଚୟନରେ ବିଜେଡି କେଉଁ ମାନଦଣ୍ଡକୁ ଆଧାର କରିବ ତାହାକୁ ନେଇ ଭିନ୍ନଭିନ୍ନ ଆଲୋଚନା ହେଉଛି । ଦଳୀୟ ମହଲରେ ଆଲୋଚନା ଅନୁଯାୟୀ ଗତ ନିର୍ବାଚନରେ ହାରିଥିବା କୌଣସି ପ୍ରାର୍ଥୀଙ୍କୁ ଦଳ ପ୍ରାର୍ଥୀ କରିବ ନାହିଁ । ଏହାଛଡା ଦଳିତ, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗ ଏବଂ ମହିଳାଙ୍କୁ ଗୁରୁତ୍ୱ ଦିଆଯିବ । ସେହିଭଳି ସଙ୍ଗଠନରେ ଯୁବ ନେତୃତ୍ୱକୁ ଗୁରୁତ୍ୱ ଦିଆଯାଇଥିବାରୁ ଯୁବବର୍ଗରୁ ଜଣେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛି । ୪ର୍ଥ ଆସନ ଲାଗି ବିଜେଡିର ଆବଶ୍ୟକ ସଂଖ୍ୟକ
ବିଧାୟକ ନଥିବାରୁ ଜଣେ ଅଣରାଜନୈତିକ ବ୍ୟକ୍ତିକୁ ପ୍ରାର୍ଥୀ କରିବା ଲାଗି ବିଚାର ବିମର୍ଶ ଚାଲିଛି । ଗତ ନିର୍ବାଚନରେ ପ୍ରାର୍ଥୀ ହୋଇନଥିବାରୁ ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶଚନ୍ଦ୍ର ଚାଓପଟ୍ଟନାୟକଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବ ବୋଲି ପ୍ରତିଶ୍ରୁତି ଦିଅଯାଇଥିଲା ।

Leave A Reply

Your email address will not be published.