ଦଶପଲ୍ଲା/ଗଣିଆ ୧୨/୧୨ : ଗଣିଆଥାନା ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ଗ୍ରାମରେ ପୁତୁରା ବୋହୂକୁ ଅପହରଣ ମାମଲାରେ ଦାଦା କୁ ହତ୍ୟା କରିଛି ପୁତୁରା । ଏହି ଘଟଣାରେ ପୋଲିସ ପୁତୁରା ପ୍ରମୋଦ କୁ ଗିରଫ କରି ଥାନାରେ ଅଟକ ରଖିଛି । ସୂଚନା ଯୋଗ୍ୟ ଯେ , ପୁତୁରା ପ୍ରମୋଦ ଙ୍କ ସ୍ତ୍ରୀ ସହ ଦାଦା ବିରଞ୍ଚି ନାଏକ ର ପ୍ରେମ ସଂପର୍କ ଥିଲା । ଗତ କିଛି ଦିନ ତଳେ ପ୍ରମୋଦ ଙ୍କ ସ୍ତ୍ରୀ କୁ ଧରି ଦାଦା ବିରଞ୍ଚି ଫେରାର ହୋଇ ଯାଇଥିବା ନେଇ ପୂର୍ବରୁ ପ୍ରମୋଦ ଗଣିଆ ଥାନାରେ ଅଭିଯୋଗ କରିଥିଲେ । କାରଣ ପ୍ରମୋଦ ଦିନ ମଜୁରିଆ ଭାବେ କଟକ ରେ କାମ କରିଥିବା ବେଳେ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ଗାଁ ରେ ରୁହନ୍ତି । ଗତ ୧୦ ତାରିଖ ଦିନ ବିରଞ୍ଚି ଘରକୁ ଫେରିଥିବା ବେଳେ ପୂର୍ବ ପ୍ରତିଶୋଧ ନେବା ପାଇଁ ପ୍ରମୋଦ ଏବଂ ତାର ଦୁଇ ପୁଅ ବିରଞ୍ଚି ଙ୍କୁ ଆକ୍ରମଣ କରିଥିଲେ । ଏଥିରେ ବିରଞ୍ଚି ଗୁରୁତର ଆହାତ ହୋଇଥିବା ବେଳେ ତାଙ୍କ ପରିବାର ଲୋକ ବିରଞ୍ଚି କୁ ଉଦ୍ଧାର କରି ପ୍ରଥମେ ଗଣିଆ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ରେ ବିରଞ୍ଚି କୁ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ରେ ବିରଞ୍ଚି ଙ୍କ ସ୍ତ୍ରୀ ଗଣିଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ଏକ ହତ୍ୟା ମୋକଦ୍ଦମା କରାଯାଇ ବିରଞ୍ଚି ଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ଫେରାର ଥିବା ପ୍ରଦୀପ ଓ ତାର ଦୁଇ ପୁଅ ମଧ୍ୟରୁ ପୋଲିସ ପୁତୁରା ପ୍ରଦୀପ କୁ ଗିରଫ କରି ଥାନାରେ ଅଟକ ରଖି ପଚରା ଉଚରା କରୁଛି । ଏହି ଘଟଣା ରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
