କେନ୍ଦୁଝର : ଟାଟା ଷ୍ଟିଲ ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟ ,ଚାଇବସାକ୍ଷତ୍ର ତତ୍ତ୍ଵାବଧାନରେ ଷ୍ଟିଲ ଅଥୋରିଟି ଅଫ୍ ଇଣ୍ଡିଆ ଲିମିଟେଡ(ସେଲ୍) ଗୁଆ ମାଇନ୍ସରେ ଆୟୋଜିତ ୬୦ ତମ ବାର୍ଷିକ ଧାତବ ଖଣି ସୁରକ୍ଷା ସପ୍ତାହ ପ୍ରତିଯୋଗିତା ୨୦୨୨ରେ ୨୬ଟି ପୁରସ୍କାର ରେ ସମ୍ମାନିତ କରାଯାଇଛି। ଏହି ଅବସରରେ ବିଭିନ୍ନ ବର୍ଗରେ ଭିନ୍ନ ଭିନ୍ନ ଖଣି କମ୍ପାନୀକୁ ମୋଟ ୧୬୦ଟି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଯୋଡ଼ା ପୂର୍ବ ଲୈ।ହ ଖଣିକୁ ସାମଗ୍ରୀକ ପ୍ରଦର୍ଶନରେ ଏ-୧ ବର୍ଗରେ ବିଜେତା ଘୋଷଣା କରାଯାଇଥିଇବା ନୂହାମୁଣ୍ଡି ଲୈ।ହ ଖଣିକୁ ସମାନ ବର୍ଗରେ ରନସ ଅଫ୍ ବିବେଚିତ କରାଯାଇଛି। ଷ୍ଟଲ୍ ପ୍ରଦର୍ଶନୀ ବର୍ଗରେ ଟାଟା ଷ୍ଟିଲ ବିଜେତା ହୋଇଥିବା ବେଳେ ପବ୍ଲିସିଟି ଏବଂ ପ୍ରୋପାଗଣ୍ଡାରେ ଯୋଡ଼ା ପୂର୍ବ ଲୈ।ହାଣି ରନସପ୍ ହୋଇଛି। ସେହିପରି ଖଣ୍ଡବନ୍ଦ ଏବଂ କାଟାମାଟି ଲୈ।ହାଖଣି ଦୁଇଟି ପୁରସ୍କାର ହାସଲ କରିଥିବା ବେଳେ ଫେରୋଆଲ୍ଉଏଜ୍ ମିନେରାଲସ ଡିଭିଜନ ଏଫ୍ଏମ୍ ବିରି ଖଣି ୭ଟି ପୁରସ୍କାର ହାସଲ କରିଛି।ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟର ମହାନିର୍ଦ୍ଦେଶକ ପ୍ରଭାତ କୁମାର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚାଇବସା କ୍ଷେତ୍ରର ଖଣି ସୁରକ୍ଷା ନିର୍ଦ୍ଦେଶକ ଆଲତାଫ୍ ହୁସେନ୍ଅନ୍ ସାରୀ, ଟାଟା ଷ୍ଟିଲର ମ୍ୟାଟେରିଆଲ ବିଭାଗ ଭାଇ ପ୍ରେସିଡେଣ୍ଟ ବି ବି ସୁନ୍ଦର ରମମ୍,ଶେଲ୍ ର ଗୁଆଲୈ।ହ ଖଣି ମୂଖ୍ୟ ମହାପ୍ରବନ୍ଧକ (ଖଣି) ବିପିନି କୁମାର ଗିରି,ଜେଜିଓଏମ୍ ବିଏସ ଏଲ୍ ସେଲର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦୁ ପ୍ରକାଶ, ଏବଂ ସୀତାରାମ ପୁର ଇଜେଦର ଖଣି ସୁରକ୍ଷା ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଉଜଲତାହ ଉପସ୍ଥିତ ଥିଲେ। ଅତିଥି ମାନେ ଟାଟା ଷ୍ଟିଲ,ସେଲ୍,ସେଲ୍, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ଓଡ଼ିଶା ଖଣି ନିଗମ ଭଳି କମ୍ପାନୀ ସହିତ ଭେଣ୍ଡିର ସହଯୋଗୀଙ୍କ ଦ୍ୟାରା ସ୍ଥାପିତ ବିଭିନ୍ନ ଷ୍ଟିଲକୁ ପରିଦର୍ଶନ କରିଥିଲେ। ଏହି ଷ୍ଟଲରେ ଶ୍ରେଷ୍ଠ ସୁରକ୍ଷା ପ୍ରଣାଳୀ ଏବଂ ସୁରକ୍ଷା ଉପକରଣ ପ୍ରଦର୍ଶିତ ହୋଇଥିଲା।
