ଦଶପଲ୍ଲା ୨/୪ : ଦଶପଲ୍ଲା ବିଧାନସଭା ଆସନ ପାଇଁ ବିଜେପି ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ରାଘବ ମଲ୍ଲିକ ଙ୍କୁ ବିଜେପି ପ୍ରାର୍ଥୀ ଭାବେ ରାଜ୍ୟ ସଭାପତି ମନମୋହନ ସାମଲ ଘୋଷଣା କରିଛନ୍ତି । ଦୀର୍ଘଦିନର ସଂଗ୍ରାମ ପରେ ବିଜେପି ରୁ ରାଘବ ଙ୍କୁ ଏହି ଟିକେଟ ମିଳିଛି । ରାଘବ ଙ୍କୁ ଟିକେଟ ମିଳିବା ପରେ ତାଙ୍କ ସମର୍ଥକ ଙ୍କ ମଧ୍ୟରେ ଆନନ୍ଦ ଦେଖା ଦେଇଥିବା ବେଳେ ବିଜେପି ର ସ୍ଥାନୀୟ ନେତୃବୃନ୍ଦ, ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ଟିକେଟ ଆଶାରେ ଗତ ଶନିବାର ଦିନ ନିଜ ସଦଳବଳ ସହ ବିଜେପି ରେ ଯୋଗ ଦେଇଥିବା ରବୀନ୍ଦ୍ର ସେଠି ଓ ତାଙ୍କ ସମର୍ଥକ ଙ୍କୁ ଏକ ଶକ୍ତ ଝଟକା ଲାଗିଛି । କେବଳ ସମର୍ଥକ ନୁହେଁ ଏପରିକି ବିଜେଡି ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ବିରୋଧ କରୁଥିବା କିଛି ବିଜେଡି କର୍ମୀ ଓ ବିଜେପି କର୍ମକର୍ତା ଙ୍କୁ ଝଟକା ଲାଗିଛି । କାରଣ ଆସନ୍ତା ନିର୍ବାଚନ ରେ ବିଜେଡି ରୁ ପ୍ରାର୍ଥୀ ହୋଇଥିବା ରମେଶ ଙ୍କ ସହ ରବୀନ୍ଦ୍ର କଡା ଟକ୍କର ଦେବେ ବୋଲି ଆଲୋଚନା ହେଉଥିଲା । ମାତ୍ର ରବୀନ୍ଦ୍ର ବିଜେପି ରୁ ନିରାଶ ହେବା ପରେ ତାଙ୍କ ସମର୍ଥକ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏବେ ରବୀନ୍ଦ୍ର ବିଜେପି ରୁ ବାହାରି ସ୍ୱାଧୀନ ହୋଇ ନିର୍ବାଚନ ଲଢ଼ିବେ ନା ନିରବ ରହି ରାଘବ ଙ୍କୁ ସମର୍ଥନ ଦେବେ ତାହା ଦେଖିବାକୁ ବାକିଥିବା ବେଳେ ରାଘବ ପ୍ରାର୍ଥୀ ହେବା ପରେ ତାଙ୍କ ସମର୍ଥକ ରାଘବ ଙ୍କୁ ସ୍ୱାଗତ କରିଛନ୍ତି ।