ଦଶପଲ୍ଲା ୩୧/୧ : ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ସରଗରମ ସେତିକି ଜୋର ହେବାରେ ଲାଗିଛି । ଦଶପଲ୍ଲା ରେ ମୁଖ୍ୟତଃ ବିଜେପି, ବିଜେଡି ଓ କଂଗ୍ରେସ ଦଳ ପାଇଁ ଆସାଇ ପ୍ରାର୍ଥୀମାନେ ସେମାନଙ୍କର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବିଜେଡି ର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହାଟରେ ପଡି ଦାଣ୍ଡରେ ଗଡୁଛି । ବିଶେଷ ଭାବେ ବିଜେଡି ରେ ରହି ବିଜେଡି ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ଗୋଟିଏ ଦଳ ସମ୍ପୂର୍ଣ ବିରୋଧ କରିବାରେ ଲାଗିଛନ୍ତି । ବିଧାୟକ ଅସନ୍ତୁଷ୍ଟ ଗୋଷ୍ଠୀ ସ୍ୱାଭିମାନ ମଞ୍ଚ ଗଠନ କରି ଏହି ବିରୋଧ ଜାରି ରଖିଛି । ବୁଧବାର ଦିନ ସ୍ୱାଭିମାନ ମଞ୍ଚ ପକ୍ଷରୁ ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ବିରୋଧ କରି ବାଇକ ଶୋଭାଯାତ୍ରା କରାଯିବା ସହ ସଂକଳ୍ପ ସମାବେଶ କରାଯାଇଥିଲା । ସ୍ୱାଭିମାନ ମଞ୍ଚ ର ଆବାହକ ପ୍ରଦୋଷ କୁମାର ଜେନା ଙ୍କ ଆହ୍ୱାନ କ୍ରମେ ଏହି ଶୋଭାଯାତ୍ରା ସ୍ଥାନୀୟ ମହାବୀର ମନ୍ଦିର ଠାରୁ ବାହାରି ନେତାଜୀ ମୈଦାନ ଠାରେ ପହଞ୍ଚିଥିଲା ସେଠାରେ ସାଧାରଣ ସଭା ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ଶଭାକୁ ବିଜେଡି ଆସାଇ ପ୍ରାର୍ଥୀ ରବୀନ୍ଦ୍ର ସେଠି ଙ୍କୁ ଆମନ୍ତ୍ରଣ କରାଯାଇଥିବା ବେଳେ ବିଜେଡି କର୍ମୀ ଙ୍କୁ ବିଧାୟକ ଙ୍କ ପ୍ରିୟା ପ୍ରୀତି ଓ ନେତୃତ୍ବର ଅଭାବ କୁ ନେଇ ସ୍ୱାଭିମାନ ମଞ୍ଚ ପକ୍ଷରୁ ଏହି ଶୋଭାଯାତ୍ରା ଓ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ଆବାହକ ପ୍ରଦୋଷ କୁମାର ଜେନା ଙ୍କ ସହ ଏନଏସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ନୂଆଗାଁ ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ, ସରପଂଚ ସଞ୍ଜୟ କୁମାର ପଟ୍ଟନାୟକଙ୍କ ସମେତ ସମର୍ଥିତ କାଉନସିଲର, ସରପଂଚ ଓ ସମିତିସଭ୍ୟ ସଭ୍ୟାମାନେ ଉପସ୍ଥିତ ରହିଥିଲେ।ଏହି ସମାବେଶ ରେ ବହୁ ଜନସମାଗମ ହୋଇଥିଲା ।