Odisha news

ଦଶପଲ୍ଲା କପ ଫୁଟବଲ :  ଦିଲ୍ଲୀ ଚାମ୍ପିୟନ 

0
ଦଶପଲ୍ଲା, ୨୧/୧  ଗତ    ୧୨ ଦିନଧରି ଚାଲିଥିବା ସର୍ବ ଭାରତୀୟ ଦଶପଲ୍ଲା କପ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି । ପ୍ରତିଯୋଗିତାର ଫାଇନାଲ ମ୍ୟାଚ ରେ ଏମ ଯେ ବି ୟୁନାଇଟେଡ଼ କ୍ଲବ ନୂଆଦିଲ୍ଲୀ ୩-୦ ଗୋଲ ରେ ଶୋଧପୁର, କଲିକତା ଦଳକୁ ପରାସ୍ତ କରି ଚାମ୍ପିଅନ ହୋଇଛି । ଏହି ସଂଘର୍ଷ ପୂର୍ଣ ଖେଳର ପ୍ରଥମାର୍ଦ୍ଧ ରେ ଦିଲ୍ଲୀ ଦଳ   ୨ ଟି ଗୋଲ ଦେଇ ଥିବା ବେଳେ ଦ୍ୱିତୀୟର୍ଦ୍ଧ ରେ ଗୋଟିଏ ଗୋଲ ଦେଇ ଚମ୍ପିୟାନ ହୋଇଛି ।  ଚାମ୍ପିଆନ ଦଳକୁ ୩୦ ହଜ଼ାର ଟଙ୍କା ସହ ଚାମ୍ପିଆନ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ସ ଅପ କଲିକତା ଦଳକୁ ରନର୍ସ ଅପ ଟ୍ରଫି ସହ ୨୦ ହଜ଼ାର ଟଙ୍କା ପ୍ରଦାନ କରାଯାଇଛି । ଦଶପଲ୍ଲା  ର ଅଗ୍ରଣି କ୍ରୀଡା ଅନୁଷ୍ଠାନ  ସ୍ପୋର୍ଟିଭ ସ୍ପୋର୍ଟ୍ସ ସୋସାଇଟି ଅନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ମୈଦାନ ରେ ଚାଲିଥିବା ଏହି ଖେଳ ର ଉଦଯାପନି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ , ନୟାଗଡ଼ ବିଧାୟକ ଡ଼. ଅରୁଣ ସାହୁ , ଯୋଗ ଦେଇ ପାଇନାଲ ମ୍ୟାଚ ର ଉଦଘାଟନ କରିଥିବା ବେଳେ ଖେଳ ଶେଷ ସଭାରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟସଙ୍କର ମିଶ୍ର ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ସିନେ ତରକା ସମ୍ବିତ ଓ ପ୍ରିୟା ପ୍ରମୁଖ ଉପସ୍ଥିତ ରହି ଦର୍ଶକ ମାନଙ୍କୁ ଉତ୍ସାହିତ କରିବା ସହ  ଚମ୍ପିୟାନ ଦଳକୁ ଟ୍ରଫି  ପ୍ରଦାନ କରିବା ସହ  ରନର୍ସ ଅଫ ଦଳ କଲିକତା ଦଳକୁ ରନର୍ସ ଅପ ଟ୍ରଫି  ପ୍ରଦାନ କରିଥିଲେ । ଫୁଟବଲ ପ୍ରତଯୋଗୀତା ରେ ମ୍ୟାନ ଅଫ ଦି ସିରିଜ ଏମ ଏଫ ଏସ ଚକ୍ରଧରପୁର ଝାଡ଼ଖଣ୍ଡ ର ଖେଳାଳି ମହମ୍ମଦ ଶେଖ ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ନୂଆଦିଲ୍ଲୀ ଦଳର ଖେଳାଳି ସାୟକ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା ।  ଏହା ସହ ସ୍ପୋଟିଭି ସ୍ପୋର୍ଟସ ସୋସାଇଟି ପକ୍ଷରୁ ୧୨ ଜଣଙ୍କୁ ଶ୍ରେଷ୍ଠ ଦର୍ଶକ ପୁରସ୍କାର ପ୍ରଦାନ କରାଯାଇଥିଲା । ସ୍ପୋଟିଭି ସ୍ପୋର୍ଟସ ସୋସାଇଟି ର ସଭାପତି କୁଞ୍ଜ ବିହାରୀ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉପରୋକ୍ତ ଅତିଥି ମାନଙ୍କ ସହ କାର୍ଯ୍ୟକାରୀ ସଭାପତି ଦିଲୀପ କୁମାର ପଣ୍ଡା, ସମ୍ପାଦକ ଭବାନି ପ୍ରସାଦ ମିଶ୍ର,  ସହ ସମ୍ପାଦକ ଅନିଲ କୁମାର ରାୟ ଙ୍କ ସହ କ୍ଲବ ର ସମସ୍ତ ସଦଷ୍ୟ ଉପସ୍ଥିତ ଥିଲେ ।
Leave A Reply