Odisha news

ଓଲଟିଲା ପଥର ବୋଝେଇ ଟ୍ରାକ୍ଟର : ଡ୍ରାଇଭର ମୃତ୍ୟୁ

0
ଦଶପଲ୍ଲା୨୩/୧୧ : ଦଶପଲ୍ଲା ଥାନା ଟାକେରା ପଂଚାୟତ ବାଙ୍କ ତଇଲା ଠାରେ ଏକ ପଥର ବୋଝେଇ ଟ୍ରାକ୍ଟର ଓଲଟି ପଡିବାରୁ ଟ୍ରାକ୍ଟର ଡ୍ରାଇଭର ଙ୍କ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ଙ୍କ ନାମ ରବୀନ୍ଦ୍ର ନାଏକ( ୩୫) ଓ ତାଙ୍କ ଘର ଫାଲପାଯୁ ଗ୍ରାମରେ ବୋଲି ପୋଲିସ ସୂତ୍ର ରୁ ଜଣା ପଡିଛି । ସୂଚନା ଯୋଗ୍ୟଯେ ରବୀନ୍ଦ୍ର ଟ୍ରାକ୍ଟର ଡ୍ରାଇଭର ଭାବେ କାର୍ଯ୍ୟକରେ, ଅନ୍ୟ ଦିନ ପରି ରବୀନ୍ଦ୍ର ଟ୍ରାକ୍ଟର ଧରି ପଥର ପାଇଁ ସାତପୁରୀ ଜଙ୍ଗଲ କୁ ଯାଇଥିବା ବେଳେ ପଥର ଲୋଡ଼ କରି ଟ୍ରାକ୍ଟର ଧରି ଫେରୁଥିଲେ ଏହି ସମୟ ରେ  ବାଙ୍କ ତାଇଲା ଠାରେ ଟ୍ରାକ୍ଟର ଟି ଭାର ସାମ୍ୟ ହରାଇ ଓଲଟି ପଡିଥିଲା ଫଳରେ ରବୀନ୍ଦ୍ର ଟ୍ରାକ୍ଟର ରେ ଚାପିହୋଇ ଯାଇଥିଲା । ପରେ ଖବର ପାଇ ପୋଲିସ ଓ ଦମକଳ ବାହୀନ ଘଟଣା ସ୍ଥଳରେ ପହଞ୍ଚି ରବୀନ୍ଦ୍ର କୁ ଉଧାର କରି ଦଶପଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିବା ବେଳେ ଡାକ୍ତର ରବୀନ୍ଦ୍ର କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଟ୍ରାକ୍ଟର ସହ ରବୀନ୍ଦ୍ର ର ଶବ କୁ ଜବତ କରି  ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
Leave A Reply