Odisha news

ଲଙ୍କାପୋଡି ଦ୍ୱାଦଶ ସନ୍ଧ୍ୟା ନାଗଫାଶ ବନ୍ଧନ ଓ କୁମ୍ଭକର୍ଣ୍ଣ ବଦ୍ଧ

0

ଦଶପଲ୍ଲା୧୦/୪ : ଦଶପଲ୍ଲା ଲଙ୍କାପୋଡି ଯାତ୍ରା ର ଦ୍ୱାଦଶ ଦିବସ ରେ ଲଙ୍କାକାଣ୍ଡ ର ସମସ୍ତ ବିଶେଷ ଦୃଶ୍ୟ ଗୁଡ଼ିକ ଅଭିନୀତ ହୁଏ । ପ୍ରାରମ୍ଭ ରେ ଶ୍ରୀରାମ ଯୁବରାଜ ଅଙ୍ଗଦ ଙ୍କ ଦ୍ଵାରା ରାବଣ ପାଖକୁ ଚିଟାଉ ପ୍ରେରଣ କରନ୍ତି ଓ ସୀତା ଙ୍କୁ ସମର୍ପଣ କରିବାର ଆଦେଶ ଦିଅନ୍ତି ମାତ୍ର ରାବଣ ଏହାକୁ ଭ୍ରୁକ୍ଷେପ ନ କରିବାରୁ ଅଙ୍ଗଦ ରାବଣ ର ଜଗତି ସହ ସୁବଳୟା ଫେରି ଆସନ୍ତି । ଫଳରେ ଯୁଦ୍ଧ ର ଘନଘଟା ଆରମ୍ଭ ହୁଏ । ରାବଣ ପକ୍ଷ ରୁ ବହୁ ଯୋଦ୍ଧା ପ୍ରାଣବଳି ଦିଅନ୍ତି । ଏଣୁ କପଟ ରେ ମାୟା ସୀତା ଙ୍କୁ ଆଣି ଶ୍ରୀରାମ ଙ୍କ ସାମ୍ନା ରେ ହତ୍ୟା କରେ । ଏଣୁ ଶ୍ରୀରାମ ଶୋକାତୁର ହୁଅନ୍ତେ ବିଭୀଷଣ ଅସଲ କଥା ଜାଣନ୍ତେ ରାମ ଚନ୍ଦ୍ର କ୍ରୋଧାନ୍ଵିତ୍ ହୋଇ ଯୁଦ୍ଧ ପାଇଁ ରାବଣ କୁ ଆହ୍ଵାନ କରନ୍ତି ଓ ପୁନଶ୍ଚ ହନୁମାନଙ୍କ ହାତରେ ଆଉ ଏକ ପତ୍ର ପ୍ରେରଣ କରନ୍ତି । ମାତ୍ର ଦଶାନନ ତାହାକୁ ବିଖାତିର କରେ ଏଣୁ ସମରରେ ରାବଣ ର ଅନେକ ପୁତ୍ର ଭସ୍ମ ଲୋଚନ, ତ୍ରିଶିରା, ଧୁମ୍ରକେତୁ, ଆଦି ବଡ଼ ବଡ଼ ବିର ପ୍ରାଣ ତ୍ୟାଗ କରନ୍ତି । ଏଣୁ ଇନ୍ଦ୍ରଜିତ ରାଗରେ ନାଗ ଫାସ ବନ୍ଧନ ରେ ରାମ ଲକ୍ଷ୍ମଣ ଙ୍କୁ ଆକ୍ରାନ୍ତ କରେ । ଏ ସମୟ ରେ ପୁଷ୍ପକ ଜାନରୁ ସୀତାଙ୍କର ଶୋକ ଅତୀବ କରୁଣ । ମାତ୍ର ଶ୍ରୀରାମ ଗରୁଡ ଙ୍କୁ ସ୍ମରଣ କଲା ପରେ ନାଗଫାଶ ବନ୍ଧନ ରୁ ପ୍ରଭୁ ଶ୍ରୀ ରାମ ଓ ଲକ୍ଷ୍ମଣ ମୁକ୍ତି ହୁଅନ୍ତି ।

ଏ ସମୟ ରେ ରାବଣ ଶ୍ରୀରାମ ଓ ଲକ୍ଷ୍ମଣ ଙ୍କ ମାୟା ମୁଣ୍ଡ ନେଇ ସୀତାଙ୍କୁ ଦେଖାନ୍ତେ ସୀତା ଶୋକାତୁର ହୁଅନ୍ତି । ମାତ୍ର ତ୍ରିଜଟା ଅସଲ କଥା ସୀତାଙ୍କୁ କୁହନ୍ତି ଓ ମାୟା ମୁଣ୍ଡ ଉଭାନ ହୋଇ ଯାଏ । ଦ୍ୱିତୀୟ ବାର ଇନ୍ଦ୍ରଜିତ ବ୍ରହ୍ମା ଅସ୍ତ୍ର ପ୍ରୟୋଗ କରନ୍ତି ଓ ଲକ୍ଷ୍ମଣ ମୋହ ଗ୍ରସ୍ତ ହୁଅନ୍ତି । ଉପଚାର ପରେ ଲକ୍ଷ୍ମଣ ସୁସ୍ଥ ହୁଅନ୍ତି ଓ ଇନ୍ଦ୍ରଜିତ କୁ ବଦ୍ଧ କରିବାକୁ ପ୍ରତିଜ୍ଞା କରନ୍ତି । ଯୁଦ୍ଧ ର ଘନାଘଟ ବଜାୟ ରହେ । ରାବଣ ର କେବଳ ଦୁଇ ପୁତ୍ର ଙ୍କ ବ୍ୟତୀତ ଆଉ ସମସ୍ତେ ନିଧନ ହୁଅନ୍ତି । ଏଣୁ ଲଙ୍କାର ବଡ଼ ଯୋଦ୍ଧା କୁମ୍ଭକର୍ଣ୍ଣ କୁ ନିଦ୍ରାରୁ ଉଠା ଯାଏ କୁମ୍ଭକର୍ଣ୍ଣ ବର୍ଷକୁ ଥରେ ମାତ୍ର ଉଠନ୍ତି ।ମାତ୍ର ଅଧାରୁ ଉଠିବାରୁ କାରଣ ଜାଣିବାକୁ ଚାହିଁଲେ । ରାବଣ ସବୁକଥା କହିବା ପରେ ସେ ରାବଣ ର କଥାକୁ ନା ପସନ୍ଦ କରନ୍ତି । ଅଥଚ ଭାଇ ପାଇଁ ଯୁଦ୍ଧ କରିବାକୁ ଯାଆନ୍ତି । ପ୍ରଥମେ ସେ ସୁଗ୍ରୀବ ଙ୍କୁ ପରାସ୍ତ କରି ତାକୁ କାଖ ତଳେ ଜାକି ଫେରୁଥିବା ବେଳେ ସେ କୌଶଳରେ କୁମ୍ଭକର୍ଣ୍ଣ ର ନାସା କର୍ଣ୍ଣ ଉପାଡ଼ି ଦିଅନ୍ତି ।ଏଣୁ କୁମ୍ଭକର୍ଣ୍ଣ ପୁନଶ୍ଚ ଯୁଦ୍ଧ କରେ ଓ ରାମଙ୍କ ବାଣ ରେ ନିହତ ହୁଏ । ଏହି ଦୃଶ୍ୟ ବିର ଓ କରୁଣ ରସରେ ଭରପୁର ଥିବା ବେଳେ ଏହି ରାମଲୀଳା ଦେଖିବାକୁ ବହୁ ଜନସମାଗମ ହୋଇଥିଲା ।

Leave A Reply