Odisha news

ଆଠଗଡ଼ ବେଆଇନ ଦେଶୀ ମଦ ପ୍ରସ୍ତୁତ କେନ୍ଦ୍ର ଉପରେ ଚଢ଼ାଉ କରୁନି ଅବକାରୀ ବିଭାଗ : ୬୬୦ ଲିଟର ମଦ ଜବତ ସହିତ ଜଣେ ଗିରଫ ହୋଇଛି।

0

ଆଠଗଡ଼ ୧୦/୪/୨୩   ଆଠଗଡ଼ ଓ  ତିଗିରିଆ  ଅଂଚଳ ହୋଇଛି ଦେଶୀ ବିଦେଶୀର ହବ୍। ସ୍ପଷ୍ଟ ଦିବାଲୋକରେ ମଦ ପ୍ରସ୍ତୁତ କରାଯାଇ କାରଖାନା କରିଥିବା ମଦ ଵେବସାୟୀଙ୍କ  ମାସିକ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା  ରୋଜଗାର କରୁଛନ୍ତି।  ଆଠଗଡ ଅବକାରୀ ବିଭାଗର  କିଛି ଆସାଧୁ ଅଧିକାରୀ ଓ କର୍ମଚାରୀ ସବୁ ଜଣି  ମଧ୍ୟ ନିରବ ଦ୍ରଷ୍ଠା ସାଜିଛନ୍ତି। ଆଠଗଡ଼ ତିଗିରିଆ ଅଂଚଳର ମଦ ମାଫିଆ ମାନେ ମାସିକ ଚାନ୍ଦା ଦେଇ  ଅବାଧରେ ବ୍ୟବସାୟ କରି ବିଭିନ୍ନ ନାମିଦାମୀ ଗାଡ଼ି ସାହାଯ୍ୟରେ ରାଜ୍ୟ ଏବଂ ରାଜ୍ୟ ବାହାରକୁ ଚାଲାଣ କରିଥାଆନ୍ତି।, ପୂର୍ବରୁ ଥିବା ଆଠଗଡ ଅବକାରୀ ଅଧିକାରୀ ଓ କର୍ମଚାରୀ  ବାରମ୍ବାର ମଦ ପ୍ରସ୍ତୁତ କେନ୍ଦ୍ର ଉପରେ ଚଢ଼ାଉ କରୁଥିଲେ କିନ୍ତୁ ଏବେ ଥିବା ଅଧିକାରୀ  ଆଉ ମଦ ପ୍ରସ୍ତୁତ କେନ୍ଦ୍ର ଉପରେ ଚଢ଼ାଉ କରୁନାହାନ୍ତି , କେବଳ ଗାଁ ଗହଳିର କୁଜୀ ମଦ ଵେବସାୟୀ ଏବଂ  ବାହାରୁ ଆସୁଥିବା ମଦ ମାଫିଆଙ୍କ ଗାଡିକୁ  ଜବତ କରି କାମ ସରିଦେଉଛନ୍ତି, ଆଉ ଏହିଭଳି ପରିସ୍ଥିତିରେ ରବିବାର ଦିନ ଆଠଗଡ ଅଂଶୁପା  ତାରିଣୀ ଛକ ରାସ୍ତା ଦେଇ ଯାଉଥିଲା, ଆଉ ଏହି ଗାଡ଼ିଟି   ତିଗିରିଆ ଅଞ୍ଚଳ ରୁ ମଦନେଇ ଆସୁଥିବା ବେଳେ ବାଙ୍କୀ ଅଞ୍ଚଳ କନ୍ତପହରା ପଂଚାୟତର ଘୋଳପୁରଗ୍ରାମର ଶିବାନୀ ମହାରଣାଙ୍କ ସମେତ ମଦ ବୋଝେଇ  କାର ଜବତ ହୋଇଛି।, ଗାଡ଼ିରୁ ୬୬୦ ଲିଟର ମଦ ଜବତ କରିଥିବା ବେଳେ । ଶିବାନୀ କୁ  କୋର୍ଟ ଚାଲାଣ କରାଯାଇଛି।, ଆଉ ଏ ବିଷୟରେ ଆଠଗଡ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସଙ୍କୁ ଯୋଗାଯୋଗ କରିଥିବା ବେଳେ ଫୋନ୍ ଉଠାଇନଥିଲେ ।

Leave A Reply