ଦଶପଲ୍ଲା ୧୦/୪ : ଭାରତ ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡି ଯାତ୍ରା ର ସକ୍ଷିପ୍ତ ସଂସ୍କରଣକୁ ନିଜ ତୁଳି ମାଧ୍ୟମରେ ଆଙ୍କି ଚର୍ଚ୍ଚାରେ ଜଣେ ଯୁବକ। ଯୁବକ ଙ୍କ ନାମ ଜ୍ଞାନରଞ୍ଜନ ମହାପାତ୍ର ଓ ତାଙ୍କ ଘର ସ୍ଥାନୀୟ ମାଳିସାହି ଗ୍ରାମରେ। ଲଙ୍କପୋଡି ଯାତ୍ରା ପାଇଁ ସାରା ଦଶପଲ୍ଲା ଉତ୍ସବ ମୁଖର ହୋଇପଡିଥିବା ବେଳେ ଜ୍ଞାନ ଙ୍କ ଲଙ୍କାପୋଡି ଚିତ୍ରକଳା ବେଶ ଲୋକଦୃତ ହୋଇପାରିଛି। ଦୀର୍ଘ ୧୫ ଦିନ ଧରି ନିଷ୍ଠାର ସହ ଶୁଦ୍ଧ ସାକାହାରୀ ଭୋଜନ କରି ଜ୍ଞାନ ଏହି ଚିତ୍ର ଆଙ୍କିଛନ୍ତି। ଏହି ଚିତ୍ର ଆଙ୍କିବା ପାଇଁ ହାଡ଼ିବନ୍ଧୁ ମହାଖୁଡ଼, ବ୍ରଜେନ୍ଦ୍ର ପ୍ରସାଦ ଧଳ ପ୍ରେରଣା ଦେଇଥିବା ବେଳେ ନିଜର ଚିତ୍ର ଗୁରୁ ରାଜେଶ ମହାରଣା ଓ ପଞ୍ଚାନନ ବେହେରାଙ୍କ ତତ୍ତ୍ଵାବଧାନରେ ଜ୍ଞାନ ଏହି ଚିତ୍ର ଆଙ୍କିବା ରେ ସଫଳ ହୋଇଛନ୍ତି।
ଏହି ଚିତ୍ର ଦେଖିବାକୁ ଓ ଫୋଟୋ ଉଠେଇବା ପାଇଁ ବହୁ ଲୋକଙ୍କ ଭିଡ଼ ଜମୁଛି । କାନଭାଷ ଉପରେ ଅଙ୍କାଯାଇଥିବା ଏହି ଚିତ୍ର ଟିର ଓସାର ୨୪ଇଁଚି ହୋଇଥିବା ବେଳେ ଲମ୍ବ ୩୪ଇଁଚି ରହିଛି । ଏଥିରେ ରାମଲୀଳା ଦଶପଲ୍ଲା ରାଜା ତ୍ରିଲୋଚନ ଦେବ ଙ୍କ ସହ ଦଶପଲ୍ଲା ରାଜବାଟି, ଲଙ୍କପୋଡି ର ଆକର୍ଷଣ, ରାବଣ, ରଟି, ପୁଷ୍ପକ ବିମାନ, ଶ୍ରୀରାମ, ହନୁମାନ ସହ ରାମାୟଣ ନାଟକରେ ବ୍ୟବହାର ହେଉଥିବା କାଠ ନିର୍ମିତ ବିଭିନ୍ନ ମୁଖାର ଚିତ୍ର କରିବାରେ ସଫଳ ହୋଇଛନ୍ତି। ଜ୍ଞାନ ପୂର୍ବରୁ ଦଶପଲ୍ଲା ଶ୍ରୀରାମଲୀଳା ରେ ଅଭିନୟ କରୁଥିଲେ। ଜ୍ଞାନ ଦଶପଲ୍ଲା ର ଟ୍ରେଣ୍ଡି ଟେରେସା ଦୋକାନ ରେ ରହି ଏଭଳି ଚିତ୍ର ଆଙ୍କି ଦର୍ଶକ ମାନଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି।