ଦାନଗଦି, ତା ୨୭/୧ : କଳିଙ୍ଗନଗର ଶିଳ୍ପାଞ୍ଚଳ ର ତେଲିବାହାଳିସ୍ଥିତ ମା ମହାପାଟ ପଡ଼ିଆ ଠାରେ କଳିଙ୍ଗନଗର ମହୋତ୍ସବ-୨୦୨୪ ଶନିବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି l ଏହି ମହୋତ୍ସବକୁ ଜଣେ ଶିଳ୍ପ ବିସ୍ଥାପିତ ମହିଳା ମମତା ଶୁଣ୍ଢି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଦାନଗଦି ପଞ୍ଚାୟତ ସମିତି ଅଧ୍ୟକ୍ଷା ଅର୍ଚନା ଦାସ, ଉପାଧ୍ୟକ୍ଷ ଅଜୟ କୁମାର ବିନ୍ଧାଣୀ, ସୁକିନ୍ଦା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଉପାଧ୍ଯକ୍ଷ ଭାଗ୍ୟଲକ୍ଷ୍ମି ରାଉତ, ଜିଲା ପରିଷଦ ସଭ୍ୟ / ସଭ୍ୟା ସର୍ବଶ୍ରୀ ସୁଚିତ୍ରା ବିଶ୍ଵାଳ, ଟିନା ହାଇବୁରୁ, ସ୍ମୃତିରାଣୀ ରାଉତ, ଜେମା ଚାଖି, ଦାନଗଦି ବିଡିଓ ସାରଦା ପ୍ରସନ୍ନ ପଣ୍ଡା, କଳିଙ୍ଗନଗର ଏଡିଏମ ନବକୃଷ୍ଣ ଜେନା, ପୂର୍ବତନ ଏଡିଏମ୍ ସନ୍ତୋଷ କୁମାର ମିଶ୍ର ଏବଂ ସୁକିନ୍ଦାର ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି ଯୋଗ ଦେଇଥିଲେ। ମହୋତ୍ସବ କମିଟି ତରଫରୁ ମୁଖ୍ୟ ଅତିଥି ସମେତ ସମସ୍ତ ଅତିଥି ମାନଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଭୁବନେଶ୍ୱର ର ଓଡ଼ିଶୀ ନୃତ୍ୟ ବେଶ ମନମୁଗ୍ଧ କରିଥିଲା। ପୁରୀ ର ମଲ୍ଖମ୍ ୟୁନାଇଟେଡ ଗ୍ରୁପର ପିଲାମାନଙ୍କ ଚିତ୍ତାକର୍ଷକ ଅଭିନୟ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା। ଉପସ୍ଥାପକ ଭାବେ ଓଲିଉଡ କଳାକାର l ପୁପିନ୍ଦର ସିଂ ଯୋଗଦେଇଥିଲେ। ବେଷ୍ଟ ୟୁ ଟ୍ୟୁବ କଳାକାର ରାଜୁ ଦାସ ମଞ୍ଚ କୁ ଦୁଲୁକାଇ ଥିଲେ।