କାକଟପୁର 27/1 କାକଟପୁର ବ୍ଲକ ଅନ୍ତର୍ଗତ କୁଣ୍ଢେଇ ଗ୍ରାମ ପଞ୍ଚାୟତ ର ଛୋଟରାୟପୁର ଗ୍ରାମର ଅଠରଗଡ଼ କାଳନ୍ଦୀକୁଳ ଜାତିଆଣା ମହାସଭା ର ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ପାଟପୁର ଠାରେ ମୁଖ୍ୟ ଉପଦେଷ୍ଟା ଶିକ୍ଷାବିତ ବୈଂଶଧର ମଲ୍ଲିକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ସର୍ବସମ୍ମତିକ୍ରମେ ସାମନ୍ତ ସଭାପତି ଶିବଚରଣ ମଲ୍ଲିକ, ଉପ ସଭାପତି ଯୁଗଳ କିଶୋର ମଲ୍ଲିକ, ଭ୍ରମର ବର ମଲ୍ଲିକ, ଅମରେଶ୍ଵର ମଲ୍ଲିକ, ପ୍ରଶାନ୍ତ କୁମାର ମଲ୍ଲିକ, ସମ୍ପାଦକ ସଦାଶିବ ମଲ୍ଲିକ, ସହ ସମ୍ପାଦକ ଚିତ୍ରେସନ ମଲ୍ଲିକ, କୋଷାଧ୍ୟକ୍ଷ ଅମରେଶ୍ଵର ମଲ୍ଲିକ, ପିଆଦା ସୁଦାମ ମଲ୍ଲିକ, ସହ ଉପଦେଷ୍ଟା ଅଜିତ କୁମାର ମଲ୍ଲିକ ପ୍ରମୁଖ ନିର୍ବାଚିତ ହୋଇଥିଲେ l ଉକ୍ତ ବୈଠକ ରେ ବିଭିନ୍ନ କର୍ମକର୍ତ୍ତା ମାନଙ୍କ ପଦ ପଦବୀ ସାମ୍ବିଧାନିକ ଵିଧି ବ୍ୟବସ୍ଥା ଅନୁଯାୟୀ ନିର୍ବାଚିତ କରାଯାଇଛି l ଶେଷରେ ନବ ନିର୍ବାଚିତ ପ୍ରତିନିଧି ମାନେ ଈଶ୍ଵର ଙ୍କ ନାମରେ ଶପଥ ପାଠ କରି ନୀରବଛିନ୍ନ ଭାବେ ନିଜ ନିଜ ର କାର୍ଯ୍ୟ ତୁଲାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l ସାମନ୍ତ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l