ଦାନଗଦି, ତା ୨୧/୧ : ଟମକା ବନଖଣ୍ଡ ଅନ୍ତର୍ଗତ ଚିତ୍ରୀ ଗୋବର୍ଦ୍ଧନ ପୁର ପାହାଡ ପଛ ପାଖ ରୁ ୨ଟି ନୀଳ ପଥର ବୋଝାଇ ଟ୍ରକ କୁ ବନ ବିଭାଗ ପକ୍ଷରୁ ଜବତ କରାଯାଇଛି l ସୂଚନା ଅନୁଯାୟୀ ରବିବାର ସକାଳେ ବନ ବିଭାଗ ପକ୍ଷରୁ ସୂଚନା ପାଇ ବେଆଇନ ଭାବେ ଚାଲାଣ କରାଯାଉଥିବା ଦୁଇ ଟ୍ରକ ନମ୍ବର ଏମପି ୧୩ ଜିବି ୩୬୮୬ ଓ ୟୁପି ୭୮ ସିଏନ ୭୮୮୦ କୁ ଯାଞ୍ଚ କରିବାରୁ ବେଆଇନ ନୀଳ ପଥର ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା l ଏହି ନୀଳ ପଥର କୁ ଟିକରପଡ଼ା ଓ କମଳା ବାହlଳି ଜଙ୍ଗଲ ରୁ ମାଫିଆ ମାନେ ସଂଗ୍ରହ କରି ନିକଟରେ ଥିବା ଏକ ଫାର୍ମ ରେ ଗଛିତ ରଖୁଥିଲେ l ସୁବିଧା ସୁଯୋଗ ଦେଖି ବାହାର ରାଜ୍ୟ କୁ ଚାଲାଣ କରୁଥିଲେ l ମାଫିଆ ମାନେ ସ୍ତାନୀୟ କିଛି ଲୋକଙ୍କୁ ଟଙ୍କା ଦେଇ ଏହି ପଥର ଖଣ୍ଡ ସଂଗ୍ରହ କରି ଗଛିତ ରଖିଥାନ୍ତି l ବିଭିନ୍ନ୍ ସମୟ ରେ ଏଭଳି ଚୋରା ଚାଲାଣ ହୋଉଥିବା ବେଳେ ରବିବାର ଜଙ୍ଗଲ ବିଭାଗ ଏହି ମାଫିଆ ଙ୍କ ଉପରେ ନଜର ରଖି ୨ ଟ୍ରକ କୁ ଯବତ କରି ଡ୍ରାଇଭର କୁ ଅଟକ ରଖି ଅଧିକ ତଦନ୍ତ କରୁଛି l ଏହି ଚଢାଉ ରେ ଫରେଷ୍ଟର ଚିତ୍ତରଞ୍ଜନ ବିଶ୍ଵାଳ, ଗାର୍ଡ ସୁଶାନ୍ତ କୁମାର ନାୟକ ଙ୍କ ସହ ଅନ୍ୟ ମାନେ ସାମିଲ ଥିଲେ l(ଫଟୋ)