Odisha news

ପଙ୍କପାଳ କାଜୁ ଜଙ୍ଗଲରୁ ମୋରମ ଲୁଟ ଅଭିଯୋଗ , କୋଟି କୋଟି ଟଙ୍କାର ରାଜସ୍ବ ହାନି 

0
ଦାନଗଦି , ତା ୧୧/୧୧ : ଦାନଗଦି ତହସିଲ ଅଧୀନ ମାନତୀରା ରାଜସ୍ବ ସର୍କଲ ପଙ୍କପାଳ କାଜୁ ଜଙ୍ଗଲରୁ କିଛି ଦିନ ହେବ ମୋରମ ମାଫିଆ ମାନେ ମୋରମ ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି । ଏହି ଚୋରା କାରବାର ରେ ତହସିଲ ଅଫିସ ର କିଛି ଅସାଧୁ କର୍ମଚାରୀ ଓ ସ୍ଥାନୀୟ ପୁଲିସ ସାମିଲ ଥିବା କୁହା ଯାଉଛି।
ସୂଚନା ମୁତାବକ ମାନତିରା ରାଜସ୍ବ ସର୍କଲ ପଙ୍କପାଳ କାଜୁ ଜଙ୍ଗଲ ଉପରେ ଦୀର୍ଘ ଦିନ ହେବ ମୋରମ ମାଫିଆଙ୍କ  ଲୋଲୁପ ଦୃଷ୍ଟି ପଡିଛି l    ମାଫିଆ ମାନେ ପ୍ରଶାସନକୁ ହାତ ବାରିଶି କରି  ଶହ ଶହ ଟ୍ରିପ  ମୋରମ  ଖୁଲମ ଖୁଲା ଜଙ୍ଗଲରୁ ଲୁଟି ନେଉଛନ୍ତି l ଛୁଟି ଦିନ ମାନଙ୍କରେ ସର୍ବାଧିକ ମୋରମ ଲୁଟ ଚାଲିଛି l ଏହି ଲୁଟ ମୋରମ ସବୁ ଶିଳ୍ପାଞ୍ଚଳ ସମେତ ଜିଲ୍ଲାବାହାରକୁ  ମଧ୍ୟ ଚାଲାଣ ହେଉଛି l ଏହି ଲୁଟରେ ସ୍ଥାନୀୟ ପ୍ରଶାସନ, କୁଜି ନେତା ସାମିଲ ଥିବା ଅଭିଯୋଗ ହେଉଛି l  ଏଥିପାଇଁ ପ୍ରଶାସନ ମୋଟା ଅଙ୍କର ବଟି ନେଇ ଚୁପ ବସୁଛି l ଯାହାକି ପ୍ରଶାସନ ଲୁଟେରାଙ୍କ ରକ୍ଷା କବଚ ସାଜିଛି l କେବଳ ରାତିରେ ନୁହେଁ  ଦୈନନ୍ଦିନ ସ୍ପଷ୍ଟ ଦିବାଲୋକରେ ମଧ୍ୟ  ଶହ  ଶହ ଟ୍ରିପ  ମୋରମ ଲୁଟ ଚାଲିଛି l  ହେଲେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତ୍ତେ ଚୁପ ବସୁଛି l କାରଣ ଏକ ମାଫିଆ ଗୋଷ୍ଠି ପ୍ରଶାସନର ବାହୁ ଛାୟା ତଳେ ରହି  ମୋରମ ଚୋରା ଚାଲାଣ  କରୁଛନ୍ତି l
ହେଲେ  ମୋରମ ଚୋରା ଚାଲାଣ ହେଉଥିବା ଧରା ପଡିଲେ ତହସିଲ  ପଦାଧିକାରୀ ଆଇନିଗତ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ କିଛି ଜରିମାନା ଆଦାୟ କରି ଚୁପ ବସୁଛି l   ଏଥିନେଇ ମୋରମ ମାଫିଆଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି l   ମୋରମ ଲୁଟ କରାଯାଉଥିବା ସମୟରେ  ସ୍ଥାନୀୟ ଲୋକେ ପ୍ରତିବାଦର ସ୍ବର ଉଠାଇଲେ ମାଫିଆଙ୍କ ଆକ୍ରୋଶର ଶିକାର ହେବାକୁ ପଡୁଛି l  ତେଣୁ  ବିଭାଗୀୟ ଅଧିକାରୀ  ସମ୍ପୃକ୍ତ ଲୁଟେରାଙ୍କ ଉପରେ ଜରିମାନା ବ୍ୟତୀତ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଗଲେ ମୋରମ ଲୁଟକୁ ରୋକା ଯାଇ ପାରିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି l ନିକଟରେ କିଛି ଦିନ ତଳେ ରାତି ୧୨ ଟା ପରେ ଏହି ମାଫିଆ ଗୋଷ୍ଠୀ କାଜୁ ଜଙ୍ଗଲ ଭିତରୁ ରାତାରାତି ବଡ ମେସିନ ଲଗାଇ ହଜାର ହଜାର ଟ୍ରିପ ମୋରମକୁ ଲୁଟ କରି ଏକ ଘରୋଇ କାରଖାନା କୁ ଯୋଗାଇ ଦେଇଥିବା ଜଣା ପଡ଼ିଛି। ତୁରନ୍ତ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Leave A Reply