Odisha news

ମଇଥାନ କାରଖାନା ରେ ଦୁର୍ଘଟଣା ଘଟି ଜଣେ ଠିକା ଶ୍ରମିକ ଙ୍କ ମୁତ୍ୟୁ : ୪ ଶ୍ରମିକ ଆହତ

0
ଦାନଗଦି, ୪/୮  : କଳିଙ୍ଗନଗର ଶିଳ୍ପାଞ୍ଚଳର ମଇଥାନ ଇସ୍ପାତ କାରଖାନା ରେ ଦୁର୍ଘଟଣା ଘଟି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି l କାରଖାନାର ଷ୍ଟିଲ ମେଲଟିଂ ସପ ରେ ଗୁରୁବାର ବିଳମ୍ବିତ ରାତିରେ ଲୁହା ତରଳ କାର୍ଯ୍ୟ ଚାଲିଥିବା ବେଳେ ଏକ କ୍ରେନ୍ ତରଳ ଲୁହା ର ଲାଡେଲ କୁ ଉଠାଉଥିବା ବେଳେ ଗୋଟିଏ ପାର୍ଶ୍ୱ ହୁକ ଖସି ଯାଇଥିଲା l  ଫଳରେ ସେଠାରେ କାର୍ଯରତ ଥିବା ଶ୍ରମିକ ମାନେ ତରଳ ଲୁହା ସଂସ୍ପର୍ଶରେ ଆସି ଯାଇଥିଲେ l ସୂଚନା ମୁତାବକ ଲାଡେଲ ନିକଟରେ କାମ କରୁଥିବା ଠିକା ଶ୍ରମିକ ଉତ୍ତରପ୍ରଦେଶର ନୀତିନ୍ ଯାଦବ (୨୭) ଙ୍କର ସର୍ବାଧିକ ଅଂଶ ପୋଡି ଯାଇଥିଲା l ସେଠାରେ କାର୍ଯ୍ୟରତ ଥିବା ଭଦ୍ରକ ତାଳପଦା ର ଧନେଶ୍ଵର ନାୟକ(୨୪), ଢେଙ୍କାନାଳ ତୁମୁଶିଙ୍ଗା ଗ୍ରାମ ର ଶ୍ୟାମ ସୁନ୍ଦର ନାୟକ (୨୩), ଢେଙ୍କାନାଳ ତଳସାହି କୁଦୁନିକଡା ଗ୍ରାମର ଅମୂଲ୍ୟ ଚାକମ୍ବା(୨୫) ଓ ଢେଙ୍କାନାଳ ପିଙ୍ଗୁଆ ର ପବିତ୍ର ସାହୁ (୨୫) ପ୍ରମୁଖ ଗରମ ଲୁହା ପଡି ଆହତ ହୋଇଥିଲେ l ଆହତ ମାନଙ୍କୁ ଚିକିତ୍ସା ପାଇଁ କଟକ ର ଏକ ଘରୋଇ ମେଡିକାଲ ରେ ଭର୍ତ୍ତୀ କରାଯାଇଥିଲା l ସେଠାରେ ନୀତିନ୍ ଯାଦବ ଙ୍କର ମୃତ୍ୟୁ ଘଟିଥିଲା l ଆଜିର ସର୍ବଶେଷ ସୂଚନା ମୁତାବକ ଆହତ ମାନଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଜଣେ ଚିକିତ୍ସାଧୀନ ରହିଥିବା ଜଣାପଡ଼ିଛି l
ଅନ୍ୟପକ୍ଷରେ ପ୍ରଶାସନ, ଶ୍ରମିକ ସଂଘ ଓ କାରଖାନା କର୍ତ୍ତୃପକ୍ଷ ଙ୍କ ମଧ୍ୟରେ ଆଲୋଚନା ପରେ ମୃତ ଶ୍ରମିକଙ୍କ ପାଇଁ ଅପରାହ୍ନରେ କାରଖାନା ପକ୍ଷରୁ ୮ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରାଯାଇଛି l ଏଥି ସହିତ ମୃତ ଶ୍ରମିକଙ୍କ ଜଣେ ପରିବାର ସଦସ୍ୟଙ୍କୁ କାରଖାନାରେ ନିଯୁକ୍ତି ଦେବାକୁ ଘୋଷଣା କରାଯାଇଛି l ଶବ ସତ୍କାର ପାଇଁ କାରଖାନା ପକ୍ଷରୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l
Leave A Reply