Odisha news

କଳିଙ୍ଗନଗର ରେ ବିଭିନ୍ନ ସ୍ଥାନରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ରେ ଜଳଛତ୍ର ଶୁଭାରମ୍ଭ

0

ଦାନଗଦି, ତା ୧୪/୪  : ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ରେ କଳିଙ୍ଗନଗର ରେ ବିଭିନ୍ନ ସ୍ଥାନରେ ଜଳଛତ୍ର ସହ ପୂଜାପାଠ ହୋଇଯାଇଛି, ଦାନଗଦି ଛକରେ ବଣିକ ସଂଘ ତରଫରୁ ବାଟୋଇ ମାନଙ୍କୁ ଦହିସର୍ବତ ବଣ୍ଟନ କରାଯାଇଥିଲା, ମିଲିଟାରୀ ଛକରେ ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀ ଯଖପୁରା ଶାଖା ତରଫରୁ ଟଙ୍କ ତୋରାଣୀ ବଣ୍ଟନ କରାଯାଇଥିଲା,ଯଖପୁରା ହନୁମାନ ମନ୍ଦିରରେ ବଜରଙ୍ଗ ଦଳ ତରଫରୁ ପଣା ର ବ୍ୟବସ୍ଥା କରାଯାଇଥିଲା, କଳିଙ୍ଗନଗର ର ସମସ୍ତ କାରଖାନା ଫାଟକ ସମ୍ମୁଖରେ ଫ୍ରିଡମ ଫେଡ଼ିଲେଟି ସାମାଜିକ ସଂଗଠନ ତରଫରୁ ଜଳଛତ୍ର ର ଆଜି ଉଦଘାଟନ ହୋଇଥିଲା, ସଂଗଠନ ର ସଂସ୍ଥାପକ ଶାସ୍ତ୍ରୀ ବାହାଦୁର ପ୍ରଧାନ,କଳିଙ୍ଗନଗର ମଜଦୁର ୟୁନିୟନ ର କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର ସାହୁ,ଦିପ୍ତିମୟୀ କୁଅଁର, ମଣ୍ଟୁ ଚକ୍ର, ସୁବାଶିଷ ପଣ୍ଡା, ଅଶୋକ ମଲ୍ଲିକ ପ୍ରମୁଖ ଯୋଗ ଦେଇ ପଥଚାରୀ ମାନଙ୍କୁ ଦହିପାଣି ଦେଉଥିବା ର ଦେଖିବାକୁ ମିଳିଥିଲା, ଏହି ଜଲଛତ୍ର ସହ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ସାରା କଳିଙ୍ଗନଗର ରେ ଚାଲିବ ବୋଲି ଫ୍ରିଡମ ଫେଡ଼ିଲିଟି ତରଫରୁ ସଂସ୍ଥାପକ ଶାସ୍ତ୍ରୀ ବାହାଦୁର ପ୍ରଧାନ ସୂଚନା ଦେଇଛନ୍ତି

Leave A Reply