Odisha news

ଚକୁଆ ରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ

0

ଦାନଗଦି, ତା ୧୪/୪ : ପ୍ରତିବର୍ଷ ପରି ଚଳିତ ବର୍ଷ ଦାନଗଦି ବ୍ଲକ ଚକୁଆ ଗ୍ରାମରେ ଗୌରାଙ୍ଗମହାପ୍ରଭୁ ଙ୍କର ଅଷ୍ଟମପ୍ରହରୀ ନାମଯଜ୍ଞ ତିନି ଦିନ ବ୍ୟାପୀ ମହାସମାରୋହରେ ପାଳିତ ହୋଇଯାଇଛି,ତିନିଦିନ ବ୍ୟାପୀ ହେଉଥିବା ଏହି ନାମସଂକ୍ରିତନ ମହାଯଜ୍ଞ ଗ୍ରାମର ମଙ୍ଗଳକାମନା ନିମନ୍ତେ ଗ୍ରାମବାସୀ ଅଖଣ୍ଡ ନାମ ଜପ କରିଥିଲେ, ପବିତ୍ରମହାବିଷୁବ ସଂକ୍ରାନ୍ତି ରେ ଠାକୁରଙ୍କ ନଗର ପରିକ୍ରମା ପରେ ନାମ ଯଜ୍ଞ ସମାପନ ହୋଇଥିଲା,ଆଖପାଖ ଅଞ୍ଚଳରୁ ବହୁତ ସଂକ୍ରିତନ ଦଳ ଯୋଗ ଦେଇ ପ୍ରଭୁ ଙ୍କର ଅଖଣ୍ଡ ମଧୁର ନାମକୁ ଜପ କରିଥିଲେ, ଆଜକୁ ୧୦୨ ବର୍ଷ ର ଏହି ପୁରାତନ ଅନୁଷ୍ଠାନ ର ପରମ୍ପରା ପ୍ରତ୍ୟେକ ବର୍ଷ ଗ୍ରାମର ସମସ୍ତ ଗ୍ରାମବାସୀ ଙ୍କ ସହଯୋଗ ରେପାଳିତ ହୋଇଆସୁଛି,ଏହି ହରିନାମ ମହାମନ୍ତ୍ର ରେ ସନ୍ଧ୍ୟା ସମୟରେ ଆଖପାଖ ରୁ ଶହ ଶହ ହରିଭକ୍ତ ପହଁଚି ହରିନାମ ଶ୍ରବଣ ସହ ମହାପ୍ରସାଦ ସେବନ କରିଥିଲେ ,ଏହି ଗ୍ରାମର ଗୌରଭକ୍ତ ସଂକ୍ରିତନ ପ୍ରେମୀ ନାଥ ଜେନା, ସନ୍ତୋଷ ଜେନା,ତପନ ଜେନା, ଗୌରହରି ରାୟ, ଧନଞ୍ଜୟ ଚକ୍ରବର୍ତ୍ତୀ,ପୂର୍ଣଚନ୍ଦ୍ର ଜେନା, ଗଦାଧର ଜେନା ଙ୍କ ସହଯୋଗ ରେ ନାମଯଜ୍ଞ ଏକ ଭକ୍ତିମୟ ପରିବେଶ ରେ ଶାନ୍ତି ଶୃଙ୍ଖଳା ର ସହ ସମ୍ପନ୍ନ ହୋଇଥିଲା, ଶତାଧିକ ହରିଭକ୍ତ ହରିନାମ ଶ୍ରବଣ ସହ ଉପସ୍ଥିତ ରହି ପ୍ରଭୁ କୃପା ଲାଭ କରିଥିଲେ

Leave A Reply