Odisha news

ଇମାମି ସିମେଣ୍ଟ କାରଖାନାରେ ଦୁର୍ଘଟଣା : ତିନି ଆହତ , ଜଣେ ଗୁରୁତର

0
ଦାନଗଦି, ତା,୧୫/୪  : କଳିଙ୍ଗନଗର ଶିଳ୍ପାଞ୍ଚଳ  ଯଖପୁରା ଥାନା ଅଞ୍ଚଳରେ ଥିବା ଇମାମି ସିମେଣ୍ଟ(ନୀୟୁ ଭିଷ୍ଠା) କାରଖାନାରେ ଆଜି ମଧ୍ୟାହ୍ନ ସମୟରେ ଦୁର୍ଘଟଣା ଘଟି ୩ ଜଣ ଶ୍ରମିକ ଆହତ ହୋଇଛନ୍ତି । ଆହତ ଶ୍ରମିକ ମାନେ ହେଲେ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ମାନସ ରଣା (୨୮) ଓ ଢେ଼ଙ୍କାନାଳ ଜିଲ୍ଲା ଭୁବନ ବାଲିବୋ ଗ୍ରାମର ଲିପୁନା ଦିଆଣୀ(୨୬) ଓ ହେମନ୍ତ ରଣା (୩୦) ଖବର ପାଇ କାରଖାନା କତୃପକ୍ଷ ଦୁର୍ଘଟଣା ସ୍ଥାନରେ ପହଞ୍ଚି ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଦାନଗଦି ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଓ ପରେ ସେଠାରୁ କଟକ ବଡ ଡାକ୍ତରଖାନାକୁ ପଠା ଯାଇଛି ।
ସୂଚନା ମୁତାବକ ନିୟୁ ଭିଷ୍ଠା  କାରଖାନା ରେ ଆଜି ଦିନ ପ୍ରାୟ ୧୨ ଟା ବେଳେ କାରଖାନା ର ସିମେଣ୍ଟ ମିଲ ରେ କାମ ଚାଲିଥିବା ବେଳେ ୧୦ ଫୂଟ ଉପରୁ ସଟରିଂ ହୋଇଥିବା ଏକ ଵିମ ମିଲ ତଳେ କାମ କରୁଥିବା ଶ୍ରମିକ ଙ୍କ ଉପରେ ଖସି ପଡି ଥିଲା l ଫଳରେ ତଳେ ଥିବା ୩ ଜଣ ଶ୍ରମିକ ଏଥିରେ ଆହତ ହୋଇଥିଲେ l ମାନସ ଙ୍କ ହାତ ଓ ଦେହରେ ଗଭୀର ଆଘାତ ଲାଗିଥିଲା ଏବଂ ଲିପୁନା ଓ ହେମନ୍ତ ସାମାନ୍ୟ ଆହତ ହୋଇ ଦାନଗଦି ରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ l ମାନସ ଗୁରୁତର ଥିବାରୁ ତାକୁ କଟକ କୁ ସ୍ଥାନ୍ତାରିତ କରାଯାଇଛି l ଏହି ଶ୍ରମିକ ଦୁହେଁ ଏକ ଠିକା ସଂସ୍ଥା ଅଧୀନରେ କାମ କରୁଥିଲେ l ତେବେ କାରଖାନା ପରିସରରେ ସୁରକ୍ଷା ବ୍ୟବସ୍ଥା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଶ୍ରମିକ ମାନଙ୍କୁ ହାଇଟ ପାସ ନ ଦେଇ ବିନା ସୁରକ୍ଷା ବେଲ୍ଟ ରେ ଉପରକୁ ଚଢାଇ କାମ କରାଯାଉଥିବାରୁ ଏଭଳୀ ଦୁର୍ଘଟଣା ଘଟିଛି ବୋଲି ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ହେଲେ ଠିକାଦାର ଙ୍କ ଭୟ ରେ କେହି ମୁଁହ ଖୋଲୁ ନ ଥିବା ଜଣା ପଡିଛି । ଘଟଣା ସମ୍ପର୍କରେ କାରଖାନା କତୃପକ୍ଷ ଙ୍କ ସହ ଯୋଗାଯୋଗ କରି ଥିଲେ ମଧ୍ୟ ସେ ଫୋନ କଲ୍ ରିସିଭ କରି ନ ଥିଲେ ।
Leave A Reply