Odisha news

ଆସୁଛି ବାତ୍ୟା, ୧୭ ଯାଏ ଓଡ଼ିଶାକୁ ଭୟ ନାହିଁ

0

ଭୁବନେଶ୍ୱର, ୧୩।୫ : ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଏହାର ପାଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ମହାସାଗର ଉପରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହା ୪୮ଘଣ୍ଟା ମଧ୍ୟରେ ଡିପ୍ରେସନ(ଅବପାତ) ରୂପ ନେବା ସହକାଳକ୍ରମେ ବାତ୍ୟାରେ ପରିଣତ ହେବ । ତେବେ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ଓଡିଶା ଉପରେ ଏହାର ପ୍ରଭାବ ନାହିଁ । ହେଲେ ଦୁଇଦିନ ଭିତରେ ସ୍ପଷ୍ଟ ଚିତ୍ର ଜଣାପଡିବା ପରେ ଓଡିଶା ଉପରେ କେତେ ପ୍ରଭାବ ପଡିବ ତାହା ଜଣାଇଦିଆଯିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ଆର୍‌ ବିଶ୍ୱାସ କହିଛନ୍ତି । ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ, ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଆସନ୍ତା ୧୫ତାରଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଭାଗରେ ଡିପ୍ରେସନ ରୂପ ନେବ । ୧୬ତାରିଖ ସନ୍ଧ୍ୟା ବେଳକୁ ଏହା ଦକ୍ଷିଣ ପଶ୍ଚିମ ଏବଂ ପାଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣି ଝଡରେ ପରିଣତ ହେବ । ପରେ ଏହା ଉତ୍ତର ପୂର୍ବ ଆଡକୁ ଗତି କରିବାର ସମ୍ଭାବନା ରହିଛି ।

Leave A Reply