ନୂଆଦିଲ୍ଲୀ : ୧୨ ବର୍ଷ ରୁ ଉର୍ଦ୍ଧ୍ବ ବୟସ ର ପିଲା ମାନଙ୍କ ପାଇଁ ପଞ୍ଜୀକରଣ ବୁଧବାର ଦିନ ଠାରୁ ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମଣ୍ଡାବିୟ ସୋମବାର ଦିନ ଏହି ସୂଚନା ଦେଇଛନ୍ତି। ୧୨-୧୪ ବର୍ଷ ର ପିଲା ମାନଙ୍କୁ Corvbevax ରେ ଯୋଡ଼ା ଯିବ । କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ବରିଷ୍ଠ ନାଗରିକ ମାନେ ବୁଷ୍ଟର ଡୋଜ ନେଇ ପାରିବେ । ସେ ଟୁଇଟ କରି ସୂଚନା ଦେଇଛନ୍ତି ଯେ ୬୦+ ବର୍ଷରୁ ଉର୍ଦ୍ଧ ସମସ୍ତ ବ୍ୟକ୍ତି କୋଭିଡ଼ ର ବୁଷ୍ଟାର ଡୋଜ୍ ନେଇ ପାରିବେ।
କୋ ଉଇନ୍ ପ୍ଲାଟ ଫର୍ମ ରେ ୧୫ ରୁ ୧୮ ବର୍ଷ ପିଲା ମାନଙ୍କ ପାଇଁ ଜାନୁଆରୀ ମାସରୁ ପଞ୍ଜିକରଣ ଆରମ୍ଭ ହୋଇଥିଲା। ଏହା ଜାନୁଆରୀ ୩ରୁ ଆରମ୍ଭ ହେଇଥିଲା।
୧୨-୧୪ ବର୍ଷ ପିଲାଙ୍କ ପାଇଁ କିପରି ଆବେଦନ କରାଯିବ –
– ପିଲାମାନେ ନିଜ ଅଭିଭାବକ ମାନଙ୍କ ସହିତ ବିନା ଆଧାର କାର୍ଡ ରେ ନିଜ ସ୍କୁଲ ଆଇଡି ରେ ପଞ୍ଜିକରଣ କରାଇ ପାରିବେ।
– ଗୋଟିଏ ମୋବାଇଲ ନମ୍ୱର୍ ରେ ଗୋଟିଏ ପରିବାର ର ୪ ଜଣ ସଦସ୍ୟ ରେଜିସଟ୍ରେସନ୍ କରାଇ ପାରିବେ।
