ଦହି ଅନେକ ଗୁଡିଏ ପୋଷାକ ତତ୍ତ୍ୱରେ ଭରପୁର ଅଟେ l ଏଥିରେ ଏଭଳି ଅନେକ ପୋଷାକ ତତ୍ୱ ରହିଥାଏ ଯାହା ଶରୀରକୁ ଅଦ୍ଭୁତ ଲାଭ ଦେଇଥାଏ l ଦହି ରେ ପ୍ରଚୁର ପରିମାଣ ରେ କ୍ୟାଲସିୟମ, ପ୍ରୋଟିନ, ଭିଟାମିନ ବି 12, ଭିଟାମିନ ବି 2, ପୋଟାସିୟମ ଓ ମଗ୍ନେଶୀୟମ ଭଳି ତତ୍ୱ ରହିଥାଏ l ଏହାକୁ ସେବନ କରିବା ଦ୍ୱାରା ହାଡ଼ ମଜବୁତ ହୋଇଥାଏ l ଦହି ଏସିଡ଼ିଟି , ବ୍ଳଟିଙ୍ଗ ଓ ଗ୍ୟାସ ସମସ୍ୟାରୁ ମଧ୍ୟ ଦୁରେଇ ରଖିଥାଏ l ଏହାକୁ ପ୍ର – ବାୟୋଟିକ ଆହାର ଭାବରେ ଭାବରେ ଗ୍ରହଣ କରାଯାଇ ଥାଏ l ଯାହାକି ଅନ୍ତ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l ପାଚନ ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କ ପାଇଁ ଦହି ଖୁବ ହିତକର l
ଆମେ ଦେଖିଚୁ ଗ୍ରୀଷ୍ମ ଋତୁରେ ପ୍ରାୟ ସମସ୍ତେ ଦହି ଖାଇବାକୁ ଖୁବ ପସନ୍ଦ କରନ୍ତି l କିନ୍ତୁ ଶୀତଋତୁ ରେ ଦହି ସେବନ କରିବାକୁ ଇଛା କରନ୍ତି l ଆଜି ଆସନ୍ତୁ ଜାଣିବା ଶୀତଋତୁ ରେ ଦହି ଖାଇବାର ସ୍ୱାସ୍ଥ୍ୟଗତ ଲାଭ ବିଷୟରେ l
* ଶୀତଋତୁ ରେ ଦହି ଖାଇବାର ସ୍ୱାସ୍ଥ୍ୟଗତ ଲାଭ –
– ଦହି ପାଚନ କ୍ରିୟା ପାଇଁ ସାହାଯ୍ୟ କରିଥାଏ l ଏହା ଶରୀରରେ ପିଏଚ ବାଲାନ୍ସ କରିବାରେ ସାହାଯ୍ୟ କରେ l ଯାହାକି ଏସିଡ ହେବାକୁ ଦୁରେଇ ରଖିଥାଏ l ଏସିଡ଼ିଟି କୁ ଅଟକାଇ ଦହି ପାଚନ ପ୍ରକ୍ରିୟାକୁ ଠିକ ଭାବରେ ପରିଚାଳିତ କରିଥାଏ l
– ଦହି ରେ ଥିବା ପୋଷାକ ତତ୍ୱ ଶରୀରକୁ ଭିତରୁ ଥଣ୍ଡା ରଖିଥାଏ ଓ ଶୀତଋତୁ ରେ ତ୍ୱଚା ଶୁଷ୍କ ହେବାରୁ ଦୁରେଇ ରଖିଥାଏ l ଏଥିରେ ଥିବା ପ୍ରାକୃତିକ ମଇଶ୍ଚରାଇଜର ତ୍ୱଚାରେ ଉଜ୍ଜ୍ୱଳତା ଆଣିଥାଏ l
– ଯେଉଁ ବ୍ୟକ୍ତିମାନେ ଗ୍ୟାସ୍ଟ୍ରୋ ଏଞ୍ଜାଇମ ସମସ୍ୟା ଦେଇ ଗତି କରୁଛନ୍ତି , ସେମାନଙ୍କ ମୁହଁ ରେ ବ୍ରଣ ସମସ୍ୟା ଅଧିକ ଦେଖାଯାଇ ଥାଏ l ତେଣୁ ଏଭଳି ବ୍ୟକ୍ତି ନିୟମିତ ଦହି ସେବନ ଦ୍ୱାରା ଏହି ସମସ୍ୟାରୁ ଆରାମ ମିଳିଥାଏ l
– ଦହିରେ ଥିବା ଭିଟାମିନ, ମିନେରାଲସ ଇତ୍ୟାଦି ଶରୀରରେ ଜଳୀୟ ଅଂଶ କମିବାକୁ ଦିଏନାହିଁ l ତେଣୁ ଶୀତଋତୁ ରେ ଦହି ସେବନ ଦ୍ୱାରା ଶରୀରକୁ ମିଳିଥାଏ ଜବରଦସ୍ତ ଲାଭ l ଏହାଛଡା ଦହି ବିଭିନ୍ନ ପ୍ରକାର ବ୍ୟାକ୍ଟେରିଆ ଠାରୁ ମଧ୍ୟ ଆମକୁ ଦୁରେଇ ରଖିଥାଏ l
– ଦହି କଦାପି ରାତି ସମୟରେ ସେବନ କରିବା ଉଚିତ ନୁହେଁ l କିନ୍ତୁ ଏଥିରେ ଥିବା ତତ୍ୱ ମସ୍ତିଷ୍କ କୁ ଶାନ୍ତ ରଖିଥାଏ l ମସ୍ତିଷ୍କର କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l
– ସ୍ତନ୍ୟପାନ କରୁଥିବା ମା ମାନେ ଦହି ସେବନ ଠାରୁ ଦୁରେଇ ରହିବ ଆବଶ୍ୟକ l ଶୀତଋତୁ ରେ ଏହା ଉଭୟ ମା ଶିଶୁ ଙ୍କୁ ରୋଗ ଗ୍ରସ୍ତ କରାଇବାରେ ଗୋଟିଏ ମାଧ୍ୟମ ଭାବରେ ଦେଖା ଦେଇଥାଏ l