ମୁଖ୍ୟ ଶାସନ ସଚିବଙ୍କ ଡାଇରିଆ ସ୍ଥିତି ସମୀକ୍ଷା : ରୋଗୀ ସଂଖ୍ୟାରେ କ୍ରମଶଃ ହ୍ରାସ ବ୍ୟାପକ ସଚେତନତା , ପରୀକ୍ଷଣ ଓ ଚିକିତ୍ସାକୁ ଗୁରୁତ୍ୱ
ଭୁବନେଶ୍ୱର, ୧୭.୦୬.୨୦୨୫ : ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଯାଜପୁର ସମେତ କେନ୍ଦୁଝର, ଭଦ୍ରକ, କଟକ, ଢେଙ୍କାନାଳ ଜିଲ୍ଲାରେ ଦେଖା ଦେଇଥିବା ଡାଇରିଆ ସ୍ଥିତି ଓ ଏହାର ପ୍ରତିକାରାତ୍ମକ ପଦକ୍ଷେପ ସଂପର୍କରେସମୀକ୍ଷା କରିଥିଲେ।ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଅଶ୍ୱତୀ ଏସ୍ସ୍ଥିତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଉପରୋକ୍ତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇ ନିଜ ନିଜ ଜିଲ୍ଲାର କ୍ଷେତ୍ର ସ୍ତରୀୟ ସ୍ଥିତି ଜଣାଇଥିଲେ ।
ସ୍ୱାସ୍ଥ୍ୟ ସଚିବ ଜଣାଇଥିଲେ ଯେ, ଡାଇରିଆ ସ୍ଥିତିର ପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ପ୍ରତିରୋଧ, ପରୀକ୍ଷଣ ଓ ପ୍ରତିଷେଧକ ବ୍ୟବସ୍ଥା ସହ ସଚେତନତା କାର୍ୟ୍ୟକ୍ରମକୁ ବ୍ୟାପକ କରାଯାଇଛି।ବେସରକାରୀ ଓ ସରକାରୀ କୂପ ଆଦିକୁ ନିୟମିତ ଭାବେ ବିଶୋଧନ କରା ଯାଉଛି। ରୋଗୀ ମାନଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ଏବେ ଯେଉଁ ରୋଗୀମାନେ ଆସୁଛନ୍ତି, ସେମାନଙ୍କର ରୋଗର ଲକ୍ଷଣ ସାମାନ୍ୟ ରହୁଛି । ବ୍ୟାପକ ସଚେତନତା କାର୍ୟ୍ୟକ୍ରମ ଯୋଗୁଁ ସଂକ୍ରମିତ ଲୋକମାନେ ପ୍ରାରମ୍ଭିକ ଅବସ୍ଥାରୁ ହିଁ ଡାକ୍ତରଖାନା ଆସୁଛନ୍ତି, ଯାହା ଡାଇରିଆ ନିୟନ୍ତ୍ରଣ ଦିଗରେ ଏକ ଭଲ ଲକ୍ଷଣ ।
ସେ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ, ବିଭିନ୍ନ ଡାକ୍ତରଖାନାରେ ନୂଆ ଆଡମିଶନ ହାରରେ କ୍ରମାଗତ ହ୍ରାସ ଘଟିଛି । ଅଦ୍ୟତନ ତଥ୍ୟ ଅନୁସାରେ ପ୍ରଭାବିତ ୫ ଟି ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଆଜି ୪୨୯ ଜଣ ରୋଗୀ ଆଡମିଶନ ହୋଇଥିବା ବେଳେ ୨୮୪ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି । ତେବେ ବିଗତ ଦିନ ମାନଙ୍କୁ ମିଶାଇ ଆଜିସୁଦ୍ଧା ସମୁଦାୟ ୩୭୦ ଜଣ ଚିକିତ୍ସାଧିନ ଅଛନ୍ତି । ଯେଉଁମାନେ ସୁସ୍ଥ ହେଉଛନ୍ତି,ସେମାନଙ୍କୁ ଡାକ୍ତରଙ୍କ ବିନା ପରାମର୍ଶରେ ଘରକୁ ଛଡାଯାଉ ନାହିଁ। ପୂର୍ଣ୍ଣ ଆରୋଗ୍ୟ ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ୟ୍ୟ କରାଯାଉଛି । ପରିମଳ ଓ ବିଶୋଧନ କାର୍ୟ୍ୟକୁ ବ୍ୟାପକ ଭାବେ ଜାରି ରଖିବାକୁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦିଆ ଯାଇଛି। ମାଇକ୍ ଯୋଗେ ପ୍ରଚାର ପ୍ରସାରକୁ ବ୍ୟାପକ କରାଯାଇଛି।ଆଗାମୀ ୭ ରୁ ୧୦ଦିନ ପର୍ୟ୍ୟନ୍ତ ଏହି କାର୍ୟ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ପ୍ରତିଦିନ ରାଜ୍ୟ ସ୍ତରୀୟ କମିଟି ସ୍ଥିତିର ସମୀକ୍ଷା କରୁଛନ୍ତି। ପ୍ରଭାବିତ ଜିଲ୍ଲା ମାନଙ୍କରେ ୨୪ ଘଣ୍ଟିଆ ନିୟନ୍ତ୍ରଣ ଓ ପରିଚାଳନା କକ୍ଷ କାର୍ୟ୍ୟକରୁଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ ବିଭିନ୍ନ ଜିଲ୍ଲା ଗସ୍ତକରି ଏହା ମହାମାରୀ ନୁହେଁ ବୋଲି କରିଛନ୍ତି ।ଦେଖା ଦେଇଥିବା ଡାଇରିଆ ଗୋଟିଏ ଅଂଚଳରୁ ଅନ୍ୟ ଅଂଚଳକୁ ସଂକ୍ରମିତ ହୋଇନାହିଁ । ଏହା ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ ଦେଖାଦେଇଛି । ବର୍ଷାଦିନେ ଜଳ ବାହିତ ରୋଗ ହୋଇଥାଏ।ତେଣୁ ପ୍ରଭାବିତ ୫ଟି ଜିଲ୍ଲା ସମେତ ଅନ୍ୟ ସମସ୍ତ ଜିଲ୍ଲାକୁ ସ୍ୱାସ୍ଥ୍ୟ ସତର୍କତା ଓ ସଚେତନତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସ୍ୱାସ୍ଥ୍ୟ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ, ହସ୍ପିଟାଲକୁ ଆସୁଥିବା ପ୍ରତ୍ୟେକ ରୋଗୀଙ୍କ ଯେପରି ଉପଯୁକ୍ତ ଧ୍ୟାନ ଓ ଚିକିତ୍ସା ଦିଆଯିବ, ସେଥିପାଇଁ ନିର୍ଦ୍ଦେଶ ଦିଆ ଯାଇଛି।ବିଶେଷ କରି ନଦୀ, ନାଳ ଅଂଚଳର ଲୋକମାନେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆ ଯାଇଛି । ଜଳ ବିଶୋଧନ କରାଯାଉଥିବା କ୍ଲୋରିନ୍ରେ ଏହାର ଗୁଣାତ୍ମକ ମାନ ଅଛିକି ନାହିଁ, ତାହା ବିଶୋଧନବେଳେ ଦେଖିବା, ଅଧିକ ଦିନ ହୋଇଥିଲେ ନୂଆ କ୍ରୟ କରିବା ବା ସଂଗ୍ରହ କରିବା ଏବଂ ଯଥେଷ୍ଟ ସଂଖ୍ୟାରେ ଏହା ରଖିବାକୁ ପରାମର୍ଶ ଦିଆଯାଇଛି ।
ମୁଖ୍ୟଶାସନସଚିବଶ୍ରୀଆହୁଜାଜିଲ୍ଲାଓ୍ୱାରୀ ସ୍ଥିତି ସମୀକ୍ଷା କହିଥିଲେଯେ,ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ମାତ୍ରାକମୁଥିଲେ ମଧ୍ୟଆମକୁ ସତର୍କତା ଓ ସଚେତନତାମୂଳକ କାର୍ୟ୍ୟକ୍ରମ ଜାରି ରହିବାକୁ ପଡ଼ିବ । ଆଗକୁମୌସୁମୀ ବର୍ଷାରେ ଜଳସଂକ୍ରମଣରସମ୍ଭାବନାରହିଛି।ଏଥିପାଇଁନିୟମିତବ୍ୟବଧାନରେଜଳଉତ୍ସକୁବିଶୋଧନକରିବା,ସଚେତନତାକାର୍ୟ୍ୟକ୍ରମକୁବ୍ୟାପକକରିବାକୁମୁଖ୍ୟଶାସନସଚିବନିର୍ଦ୍ଦେଶଦେଇଛନ୍ତି।ଏଭଳି ସଂକ୍ରାମକରୋଗ କାରଣରୁ ଯେପରି ଜୀବନହାନିନ ଘଟେ, ସେଥିପ୍ରତି ଏହାର ନିରାକରଣପାଇଁସବୁସତର୍କତା, ସଚେତନତା ଓପରୀକ୍ଷା ଓ ଚିକିତ୍ସାକୁ ମୁଖ୍ୟ ଶାସନସଚିବଗୁରୁତ୍ୱଦେଇଛନ୍ତି।କ୍ଷେତ୍ରସ୍ତରରେ ସ୍ଥିତିଅନୁଧ୍ୟାନକରିଯାହାଯାହାଆବଶ୍ୟକତାରହୁଛି, ସେଥିପ୍ରତିଦୃଷ୍ଟିଦେଇପଦକ୍ଷେପନେବାକୁମୁଖ୍ୟଶାସନସଚିବସବୁଜିଲ୍ଲାପାଳମାନଙ୍କୁପରାମର୍ଶଦେଇଛନ୍ତି।
ଯାଜପୁରଜିଲ୍ଲାପାଳ, ଜିଲ୍ଲାରେବିଶୋଧନକାର୍ୟ୍ୟକ୍ରମ, ସୂଚନା, ଶିକ୍ଷାଓଯୋଗାଯୋଗକାର୍ୟ୍ୟକ୍ରମଜାରିରହିଥିବା, ଗ୍ରାମପଞ୍ଚାୟତସ୍ତରରେଏବଂଗାଁକୁଗାଁଓପଡାଗ୍ରାମରେ ଡାକବାଜିଯନ୍ତ୍ରଯୋଗେପ୍ରଚାରପ୍ରସାରକୁବ୍ୟାପକକରାଯାଇଥିବା ପ୍ରକାଶ କରିଥିଲେ । ଆଶା, ଅଙ୍ଗନବାଡି,ସ୍ୱାସ୍ଥ୍ୟକର୍ମୀମାନେନିରବଚ୍ଛିନ୍ନଭାବେକାର୍ୟ୍ୟକରୁଛନ୍ତି।କେବଳଯାଜପୁରଜିଲ୍ଲାରେନୂଆଆଡମିଶନସଂଖ୍ୟା୬୪ଥିବାବେଳେସେଥିରୁ୪୫ଜଣସୁସ୍ଥହୋଇଛନ୍ତି।ଆଜି ସୁଦ୍ଧା ଏହି ଜିଲ୍ଲାରେ ୨୧୦ ଜଣ ଚିକିତ୍ସାଧିନ ଅଛନ୍ତି । ଜିଲ୍ଲାରେ ୪୦ଲକ୍ଷହାଲୋଜେନବଟିକାଏବଂ ୬ଲକ୍ଷଓଆରଏସ୍ ପ୍ୟାକେଟବଣ୍ଟନକରାଯାଇଛି।୪୦୦ପ୍ୟାକେଟ୍ ବ୍ଲିଚିଂପାଉଡରଏବଂ ୩ ଲକ୍ଷ ୪୦ ହଜାର ସଂକ୍ରାମକ ରୋଗ ନିରୋଧକଔଷଧ-ଡକ୍ସିସାଇକ୍ଲିନ୍ ବଣ୍ଟନକରାଯାଇଛି।
ସେହିପରି କଟକ, ଭଦ୍ରକ, କେନ୍ଦୁଝର ଓ ଢ଼େଙ୍କାନାଳଜିଲ୍ଲାରେଡାଇରିଆସ୍ଥିତିସଂପର୍କରେ ଜିଲ୍ଲାପାଳମାନେ ଅବଗତ କରାଇଥିଲେ ।ଜଳ ଉତ୍ସ ବିଶୋଧନକାର୍ୟ୍ୟ, ପ୍ରଚାରପ୍ରସାର, ପରୀକ୍ଷଣଓଚିକିତ୍ସା କାର୍ୟ୍ୟକ୍ରମବ୍ୟାପକକରାଯାଇଥିବାସୂଚନାଦେଇଥିଲେ।ସମସ୍ତଜିଲ୍ଲାରେଗ୍ରାମ୍ୟପାନୀୟଜଳଯୋଗାଣକର୍ମଚାରୀମାନେ କୂପ, ନଳକୂପବିଶୋଧନକାର୍ୟ୍ୟ ଆଦି ଜାରିରଖିଛନ୍ତି।ସମସ୍ତଜିଲ୍ଲାରେସ୍ଥିତିନିୟନ୍ତ୍ରଣାଧିନରହିଥିବାବୈଠକରୁଜଣାଯାଇଛି।
ପ୍ରକାଶ ଥାଉକି, ଜୁନ୍ ୧୦ତାରିଖରେସମନ୍ୱିତରୋଗସର୍ବେକ୍ଷଣକାର୍ୟ୍ୟକ୍ରମ (ଆଇଡିସିଏସ୍ପି) ସେଲଡାଇରିଆଆକ୍ରାନ୍ତଙ୍କସଂଖ୍ୟାଯାଜପୁରଜିଲ୍ଲାରବିଭିନ୍ନଅଂଚଳରୁଦେଖାଦେଇଥିବାଏବଂଏହାରସଂଖ୍ୟାଜାଣିବାକୁପାଇଥିଲେ, ଯାହାକି ବିଭିନ୍ନ ସ୍ଥାନୀୟ ଭୋଜିଭାତ ଯୋଗୁଁ ହୋଇଥାଏପାରେ ବୋଲି ସନ୍ଦେହ କରାଯାଇଥିଲା ।ଏହା ଜନ ସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ ଅନୁଭବ କରି ସଙ୍ଗେ ସଙ୍ଗେ ରାଜ୍ୟ ସର୍ଭେଲାନ୍ସୟୁନିଟ ତରଫରୁ ସତର୍କତା ଅବଲମ୍ବନ କରିବାକୁ ସୂଚନା ଦିଆଯାଇଥିଲା।ଏହା ଯେପରି ଅଧିକ ନବ୍ୟାପେ, ଠିକ୍ ସମୟରେ ରୋଗୀଙ୍କୁ ଚିକିତ୍ସା ଓ ଜୀବନ ହାନୀ ରୋକିବା ପାଇଁ ସବୁ ପ୍ରକାରପ୍ରତିକାରଓସଚେତନତାକାର୍ୟ୍ୟକ୍ରମବ୍ୟାପକକରିବାକୁନିର୍ଦ୍ଦେଶ ଦିଆଯାଇଥିଲା ।
ନୂଆ ଆଡମିଶନ ମଧ୍ୟରେ ଆଦି ସକାଳ ସୁଦ୍ଧା, କେନ୍ଦୁଝର ଜିଲ୍ଲାରେ୮୨ଜଣ, ଯାଜପୁର ଜିଲ୍ଲାରେ୬୪ଜଣ, କଟକ ଜିଲ୍ଲାରେ୧୪୫ଜଣ, ଢ଼େଙ୍କାନାଳ ଜିଲ୍ଲାରେ୬୫, ଭଦ୍ରକ ଜିଲ୍ଲାରେ୭୩ ଏହିପରି ମୋଟ ୪୨୯ ଜଣ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରିପୋର୍ଟ ଅନୁସାରେ ଆଜି ସୁଦ୍ଧା ବିଭିନ୍ନ ଜିଲ୍ଲାରେ ମୋଟ ୧୧ଜଣଙ୍କ ମୃତ୍ୟୁ ଘଟିଛି।
ସଂକ୍ରମିତ ଜଳ ଉତ୍ସ କିମ୍ବା ସଂକ୍ରମିତ ଖାଦ୍ୟ, ପରିମଳ ବ୍ୟବସ୍ଥାରେ ତ୍ରୁଟି, ଅଧିକ ରୋଗୀ ଦେଖା ଦେଇଥିବା ଅଂଚଳରୁ କିମ୍ବା ଏବଂ ଡେରିରେ ପରୀକ୍ଷା ପାଇଁ ରୋଗୀ ଆସୁଥିବା କାରଣରୁ ଏହା ହୋଇଥାଇପାରେ ବୋଲି କୁହାଯାଇଛି।ଡାଇରିଆ ସଂକ୍ରମଣକୁ ରୋକିବା ପାଇଁ ବ୍ୟାପକ ସଚେତନତା, ପ୍ରତିଷେଧକ ବ୍ୟବସ୍ଥା, ଜଳ ଉତ୍ସର ବିଶୋଧନ ଆଦି ଯୋଗୁଁ ବିଭିନ୍ନ ଜିଲ୍ଲାରେ ଡାଇରିଆ ସଂଖ୍ୟା କମୁଥିବା ପରିଲକ୍ଷିତ ହୋଇଛି ।
