Odisha news

ମଇଁଷି ପିଠିରୁ ରଂଜନକୁ ଟାଣିନେଲା କୁମ୍ଭୀର

0

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗୁପ୍ତି ବାଉଁଶ ଗଡ଼ ନଦୀରେ ଅଭାବନୀୟ ଘଟଣା । ସାତଭାୟା ଗାଁର ରଂଜନ ମହାନ୍ତି ମଇଁଷି ନଦୀ ପାର କରୁଥିବା ସମୟରେ ମଇଁଷି ପିଠିରୁ କୁମ୍ଭୀର ଟାଣି ନେଇଥିଲା । ପରେ ଖବର ପାଇ ରାଜନଗର ବନବିଭାଗ ସହ ଗ୍ରାମବାସୀ ମାନେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସମୟର ଭିତରକନିକା ଜାତୀୟ ଉଦ୍ୟାନ ଅଙ୍ଗାରୀ ନାଳ ନିକଟରୁ ରଂଜନଙ୍କ କ୍ଷତ ବିକ୍ଷତ ମୃତ ଦେହ ବନ ବିଭାଗ ଠାବ କରିଛି । ରଂଜନଙ୍କ ବାମପଟ ହାତ ଏବଂ ଡାହାଣ ପଟ ଗୋଡ଼ କୁମ୍ଭୀର ଛିଡ଼ାଇ ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ସାତଭାୟାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଏ ନେଇ ବନ ବିଭାଗର ପ୍ରତିକ୍ରିୟା ମିଳିନଥିବା ବେଳେ ସୂଚନା ଥାଉକି ଭିତରକନିକାର ଡାଙ୍ଗମାଳଠାରେ କୁମ୍ଭୀର ମାନଙ୍କ ପ୍ରଜନନ କେନ୍ଦ୍ର ଥିବା ବେଳେ ଭିତରକନିକା ନଦୀ ନାଳ ମାନଙ୍କରେ ପାଖାପାଖି ୧୭ ଶହରୁ ଉର୍ଦ୍ଧ୍ୱ କୁମ୍ଭୀର ଅଛନ୍ତି ।

Leave A Reply