କେନ୍ଦ୍ରାପଡ଼ା : ଭୁବନେଶ୍ୱରର ସାଂସଦ ଅପରାଜିତା ଷଡଙ୍ଗୀ ଜଣେ ଦକ୍ଷ ସାଂସଦ ଭାବେ ନିଜ ନିର୍ବାଚନ ମଣ୍ଡଳୀରେ ଲୋକ ପ୍ରିୟତା ଅର୍ଜନ କରି ଦକ୍ଷତାର ସହ ବିଭିନ୍ନ ସମସ୍ୟାର ସମାଧାନ କରି ଚାଲିଛନ୍ତି । ସାଂସଦ ହେବାର ବର୍ଷପୁର୍ତୀ ଉପଲକ୍ଷେ ରିପୋର୍ଟ କାର୍ଡ ଉନ୍ମୋଚନ କରିଥିବା ବେଳେ କୋଭିଡ-୧୯ ନିୟମ ଉଲଙ୍ଘନ କରିଥିବା ଆଳରେ ଭୁବନେଶ୍ୱର ନଗର ନିଗମର କେତେକ ଅଧିକାରୀ ତାଙ୍କ ବିରୋଧରେ ଅଭିଯୋଗ କରି ଥିବାରୁ ସଂପୃକ୍ତ ଅଧିକାରୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଉଦ୍ଦେଶ୍ୟ ମୂଳକ ଭାବେ ଏହା କରାଯାଇଥିବା ଅଭିଯୋଗ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସ୍ୱୟଂ ନାରାୟଣ ଶତପଥୀ, ଦେବାଶିଷ ରାଉତ, ଜ୍ଞାନ ରଞ୍ଜନ ପ୍ରଧାନ, ଭକ୍ତି ରଞ୍ଜନ ସାହୁ, ଦେବେନ୍ଦ୍ର ଜେନା, ଜ୍ୟୋତି ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।