ଆନନ୍ଦପୁର : ଚଳିତ ବର୍ଷ ଆନନ୍ଦପୁର ଷ୍ଟାଡିୟମ ରେ ଆନନ୍ଦପୁର କ୍ରିଡା ସଂସଦ ଆନୁକୂଲ୍ୟରେ ବିଜୁପ୍ରିମିୟରଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏକ ବର୍ଣ୍ଣାଢ଼୍ୟ ସମାବେଶ ମଧ୍ୟରେ ଶୃଙ୍ଖଳାର ସହିତ ଉଦ୍ଘାଟିତ ହୋଇଯାଇଛି। ଆନନ୍ଦପୁର କ୍ରିଡା ସଂସଦର ସଭାପତି ତଥା ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ ଓ ବିଜୁପ୍ରିମିୟରଲିଗ୍ରର କନ୍ ଭେନର ଶ୍ରୀ ରାକେଶ କୁମାର ରାମ (ବାପି) ଙ୍କ ପ୍ରତେକ୍ଷ ତତ୍ବାବଧାନରେ ପାଗପରିବର୍ତ୍ତନ ହେବା ସତ୍ବେ ମଧ୍ୟ ବିଳମ୍ବରେ ଏକ ମହାସମାରୋହରେ ଉକ୍ତ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଥିଲା। ଏକ ବିରାଟ ଶୋଭାଯାତ୍ରାରେ ନିମନ୍ତ୍ରିତ ଅତିଥି ମାନଙ୍କୁ ଓ ଖେଳାଳୀ ମାନଙ୍କୁ ପଡିଆ ପରିକ୍ରମା କରାଯାଇଥିଲା। ଉକ୍ତ ଉତ୍ସବରେ ଘସିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ପାଟଣା ବିଧାୟକ ଜଗନ୍ନାଥ ନାୟକ, କ୍ରିଡ଼ା ସଂସଦର ସଭାପତି ଶ୍ରୀ ଅନୀଲ କୁମାର ସେଠୀ, ଓ ସମ୍ପାଦକ ରାଜ୍ୟର ପୂର୍ବତନ ଫୁଟବଲ ଖେଳାଳୀ ନବରଞ୍ଜନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ଯୁବ ନେତା ଦେବାଶିଷ ପାତ୍ର ଯୋଗ ଦେଇଥିଲେ। ବିଧାୟକ ଶ୍ରୀ ଭାଗିରଥି ସେଠୀ କହିଥିଲେ ଯେ ଆନନ୍ଦପୁର ଉପଖଣ୍ଡ ଷ୍ଟାଡିୟମରେ ଆୟୋଜିତ ବିଜୁ ପ୍ରିମିୟରଲିଗ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବା ଯୋଗୁ ଯୁବ କ୍ରୀଡା ପ୍ରେମୀ ମାନଙ୍କୁ ଉସ୍ରାହିତ କରିଛି। କ୍ରୀଡା ସଂସଦର ସମ୍ପାଦକ ନବରଞ୍ଜନ ପଟ୍ଟନାୟକ ଉପସ୍ଥିତ ଦର୍ଶକ ଓ କ୍ରୀଡା ପ୍ରେମୀ ମାନଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ ଆନନ୍ଦପୁର ରାଜ୍ୟରେ କ୍ରୀଡା ସ୍ତରରେ ଅତୀତରେ ନିଜର ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ଏଣୁ ଆନନ୍ଦପୁର କ୍ରୀଡାର ବିକାଶ ପାଇଁ ବିଧାୟକ ମାନଙ୍କୁ ଓ ଉପଖଣ୍ଡ ଜନସାଧାରଣ ମାନଙ୍କୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ନିବେଦନ କରିଥିଲେ। ପ୍ରଥମ ଦିନର ମ୍ୟାଚ୍ ହାଟଡିହି ଓ ବଆରଆଗଡଇଆମଧ୍ୟରଏ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ ହୋଇଥିଲା। ରାଜ୍ୟର ବିଶିଷ୍ଟ ଯୁବ କବି ଡ଼ – ଅଶୋକ କୁମାର ପୁହାଣଙ୍କୁ ସମ୍ବନ୍ଧିତ କରିବା ସହିତ ନିମନ୍ତ୍ରିତ ଅତିଥି ମାନଙ୍କୁ ସମ୍ବନ୍ଧିତ କରାଯାଇଥିଲା। ଖେଳକୁ ପ୍ରଦୀପ କୁମାର ସାହୁ, ଦେବପ୍ରିୟ ପାତ୍ର, ରତିକାନ୍ତ ରାଉତ, ରବିନ୍ଦ୍ର ସ୍ବାଇଁ,ଦେବଦତ୍ତ ନାୟକ,ସୁଦିପ କୁମାର ସାହୁ,ମନସ ବାରିକ, ରାଜେନ୍ଦ୍ର ସ୍ବାଇଁ,ଚିନ୍ମୟ ନାୟକ ଓ ସ୍ଥାନୀୟ ଯୁବକ ମାନେ ଖେଳ ପରିଚାଳନା କରିଥିଲେ।