Odisha news

ମଣ୍ଡାପାଳ ଡ଼ାକ୍ତରଖାନାରେ ଯନ୍ତ୍ରପାତି ଅଭାବରୁ ରୋଗି ହେଉଛନ୍ତି ରେଫର୍‌ ଜିଲ୍ଳା ଖଣିଜପାଣ୍ଠି କାହା ସ୍ୱାର୍ଥରେ?

0

ତାଳଚେର ତା ୦୪/୦୫ ଜିଲ୍ଳା ପ୍ରଶାସନ, ସ୍ଥାନୀୟ ପ୍ରଶାସନ, ରାଜନେତା, ଶାସକ ଓ ବିରୋଧିନେତାଙ୍କ ସ୍ଥାଣୁତା ଯୋଗୁଁ ଆଜି ତାଳଚେର ବହୁପୂରାତନ ସରକାରୀ ମଣ୍ଡାପାଳ ଡ଼ାକ୍ତରଖାନା ପଡ଼ିରହିଛି ଅବ୍ୟବସ୍ଥା ଭିତରେ ବୋଲି ଅଭିଯୋଗ ହେଉଛି । ଏହି ସର୍ବପୂରାତନ ଚିକିତ୍ସାଳୟଟି ଉପରେ ତାଳଚେର ସମେତ ଏହାର ଆଖପାଖ ଅଂଚଳବାସୀ ନିର୍ଭର କରିଥାନ୍ତି ଓ ଦୈନନ୍ଦିନ ତାଙ୍କ ଆଟନାନ୍ସ ଖାତାରୁ ଜଣାଯାଏ ପ୍ରତ୍ୟେକ ଦିନ ୧ଶହରୁ ୪ଶହଜଣ ରୋଗୀ ନାମ ଥାଏ । ମାତ୍ର ପରିତାପର ବିଷୟ ଏହି ମେଡ଼ିକାଲଟିରେ ଟୋମାକେୟାର୍ ସେଟଂର କାର୍ଯ୍ୟ ସରିଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ କାମରେ ଆସୁନି ତତ୍ ସହିତ ଟେକନିସିଆନ୍‌, ସମ୍ପୃକ୍ତ ଡ଼ାକ୍ତର ଓ କର୍ମଚାରୀ ଅଭାବରୁ ଯେଉଁ କେତେକ ଯନ୍ତ୍ରପାତି ରହିଛି ତାହା ମଧ୍ୟ ଏବେ କଳଙ୍କି ଖାଇବାରେ ଲାଗିଲାଣି । ଗୋଟିଏ ପ୍ରସୂତୀ ବିଭାଗର ବିଭାଗ ଡ଼ାକ୍ତରଥାଇ ମଧ୍ୟ କୌଣସି ଡ଼େଳିଭରୀ ରୋଗୀ ପଂହଚିଲେ ତାଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନକୁ ରେଫର କରାଯାଇଥାଏ ବୋଲି ଅଭିଯୋଗ ହେଉଛି ।

ଏପରିସ୍ଥଳେ ମେଡ଼ିକାଲର ଏସଡ଼ିଏମଓଙ୍କୁ ପଚାରିଲେ ସେ କୁହନ୍ତ କି ମୁଁ ଚିଠି କରିଦେଇଛି ମାତ୍ର କେହି ଶୁଣୁ ନାହାନ୍ତି କହି ନିଜ କର୍ତବ୍ୟରୁ ଓହରି ଯାଇଥାନ୍ତି । ଏଠାରେ କୋଇଲା ଖଣିର ପ୍ରଚୁର ରାଜସ୍ୱ ଉଭୟ ସରକାର ନେଉଥିବା ବେଳେ ଅନୁଗୋଳ ଜିଲ୍ଳା ଖଣିଜ ପାଣ୍ଠିରେ କୋଟି କୋଟି ଟଙ୍କା ଗଚ୍ଛିତ ରହିଥିଲେ ମଧ୍ୟ ଏହି ଦାୟୀତ୍ୱ ସମ୍ପର୍ଣ୍ଣ ବ୍ୟକ୍ତିମାନଙ୍କର ଅଣଦେଖା ହେଉ କିମ୍ବା ଅପରାଗତା ଯୋଗୁଁ ଆଜି ଏହି ଡ଼ାକ୍ତରଖାନାଟି ଅବହେଳିତ ଅବସ୍ଥାରେ ପଡ଼ି ରହିଛି ବୋଲି ତାଳଚେର ଜନବିକାଶ କଲ୍ୟାଣ ସଂଘ ସଭାପତି ଭୂପେନ୍ ଥମ୍ବ ଏହା ଅଭିଯୋଗ କରିଛନ୍ତି । ଏପରିକି ସରକାରଙ୍କ ପକ୍ଷରୁ ମେଡ଼ିକାଲ କାନ୍ଥରେ ରୋଗୀଙ୍କ ମନକୁ ପରିବର୍ତନ କରିବାକୁ ସପ୍ତାହରେ ସାତଦିନରେ ସାତଟି ରଙ୍ଗର ବେଡ଼ସିଟ୍ ବେଡ଼ ବିଛାଇବାକୁ ମଡ଼େିକାଲ କାନ୍ଥରେ ସ୍ପଷ୍ଟଭାବେ ଲେଖାଯାଇଥିଲେ ମଧ୍ୟ କାହା ସ୍ୱାର୍ଥରେ ଏହାକୁ ବ୍ୟବହାର ନକରି ରୋଗୀକୁ ଖାଲି ଖଟିଆ ଉପରେ ଶୁଆଇ ଦିଆଯାଉଛି ବୋଲି ଅଭିଯୋଗ ହେଉଛି । ତେବେ ଏସମ୍ପର୍କରେ ବାରମ୍ବାର ଗଣମାଧ୍ୟରେ ପ୍ରକାଶ ପାଇଲେ ମଧ୍ୟ ଅଧିକାରୀଙ୍କ ଅପାରଗତାକୁ ନେଇ ଉଠିଛି ପ୍ରଶ୍ନ ହେଉଛି ଚର୍ଚ୍ଚା ।

Nalco
Leave A Reply