Odisha news

ଭାରତ ଓ ପାକିସ୍ତାନ କ୍ରିକେଟ ମ୍ୟାଚ୍ କୁ ନେଇ ଭାରତରେ ତେଜିଲା ବିବାଦ

ନୂଆଦିଲ୍ଲୀ : ଭାରତର ଟି ୨୦ ୱାର୍ଲ୍ଡ କପ୍ ରେ ନିଜର ପ୍ରଥମ ମ୍ୟାଚ ରେ ପାକିସ୍ତାନ ନିକଟରୁ ପରାଜୟ ହାସଲ କରିଛି । ପାକିସ୍ତାନ ର ବିଜୟ ଲାଭ ପରେ ଭାରତର କିଛିଟା ସ୍ଥାନରେ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରାଯାଇଥିଲା । ଏହା ବ୍ୟତୀତ ସୋସିଆଲ ମିଡିଆରେ ଦୃତ ବୋଲର ମହମ୍ମଦ ସାମୀ ଙ୍କୁ ମଧ୍ୟ ଟ୍ରୋଲ୍ କରା ଯାଇଥିଲା । ଏହୀ ବାଣ ଫୁଟାଇବାକୁ ନେଇ ଭାରତୀୟ ଦଳର ପୂର୍ବତନ ଖେଳାଳୀ ଗୌତମ ଗମ୍ଭୀର ଏହାକୁ ଖୁବ୍ ଲଜ୍ଜା ଜନକ ବୋଲି କହିଛନ୍ତି ।ଏହା ସହିତ ମହମ୍ମଦ ଶାମୀ ଓ ବିରାଟ କୋହଲି ଙ୍କୁ ଆକ୍ଷେପ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଆରୋପ ଲଗାଇଛନ୍ତି ।

ଗମ୍ଭୀର କହିଛନ୍ତି ” ଏହା ଲଜ୍ଜା ଜନକ ଅଟେ କୁ ଆପଣ ମାନେ ହିନ୍ଦୁସ୍ଥାନ ରେ ରହି ପାକିସ୍ତାନ ଜିତିବା ଦ୍ଵାରା ବାଣ ଫୁଟାଉ ଛନ୍ତି । ଏହା ଠିକ୍ ନୁହେଁ । ଆପଣ ଜଣେ ଭାରତୀୟ ଭାବରେ ପ୍ରଥମେ ନିଜ ଦଳକୁ ସପୋର୍ଟ କରିବା ଉଚିତ୍ । ହାର ଜିତ୍ ଲାଗି ରହିବ , କିନ୍ତୁ ଜଣେ ଭାରତୀୟ ହିସାବରେ ଏହା ଠିକ୍ ନୁହେଁ । ‘

ଗମ୍ଭୀର ଆହୁରି ମଧ୍ୟ କହିଛନ୍ତି ଯେ ” ଯେତେବେଳେ ଆମେ ଖେଳିବାକୁ ଯାଇ ଥାଉ , ସେତେବେଳେ ବିଜୟ ଲଭ୍ ଆଶାରେ ଯାଇଥାଏ । ଯେତେବେଳେ କାହା ସହିତ ହାତ ମିଳନ୍ତି ସେତେବେଳେ ଏହା ଭୁଲ୍ ନୁହେଁ । ଯେତେବେଳେ ଆମେ ବିଜୟ ହାସଲ କରୁ ସୋସିଆଲ ମିଡ଼ିଆ ସହିତ ବିଜୟ ହାସଲ କରୁ , ଦେଶ ସହିତ ଜିତି ଥାଉ ଓ ଦେଶ ସହିତ ହାରି ଥାଉ । କେହିବି ବ୍ୟକ୍ତିଗତ ଭାବରେ ହାର୍ ଯିତ୍ ର ଶିକାର ହୁଅନ୍ତି ନାହିଁ । ଏହା ଗୋଟିଏ ଦଳର କାର୍ଯ୍ୟ ତେଣୁ ବ୍ୟକ୍ତିଗତ ଭାବରେ କାହାକୁ କହିବା ଉଚିତ୍ ନୁହେଁ । ”

ଯିଏ ଆଜି ପର୍ଯ୍ୟନ୍ତ ଭାରତ ପାଇଁ ଖେଳିଛି ସେ ଭାରତୀୟ ଅଟେ । ତେଣୁ ଏହି ମ୍ୟାଚ୍ କୁ ନେଇ କୌଣସି ନିର୍ଦ୍ଧିଷ୍ଟ କମ୍ୟୁନିଟି କୁ ଆକ୍ଷେପ କରିବା ଉଚିତ୍ ନୁହେଁ । ପଡ଼ିଆରେ ଥିବା ବେଳେ ଗୋଟିଏ ଦଳ ଜିତି ଥାଏ ଓ ଗୋଟିଏ ଦଳ ହରିଥାଏ ।

ଏମିତିରେ ଦେଖିବାକୁ ଗଲେ ପାକିସ୍ତାନ ଭାରତ ନିକଟରୁ ୧୨ଟି ମ୍ୟାଚ୍ ହରିଚି । ୧୨ଟି ହାରିବା ପରେ ଭାରତ ଥରେ ତ ହାରିବା ଆବଶ୍ୟକ । ବର୍ତ୍ତମାନ୍ ଭାରତୀୟ ଦଳକୁ ସପୋର୍ଟ ର ଆବଶ୍ୟକତା ରହିଛି ।

Comments are closed.