ନୂଆଦିଲ୍ଲୀ : ପେଟ୍ରୋଲ ଡିଜେଲ ର ଦର ବୃଦ୍ଧି କୁ ଆଖି ଆଗରେ ରଖି ବିଶ୍ୱ ଏହାର ବିକଳ୍ପ ଚିନ୍ତା କରିବାକୁ ବାଧ୍ୟ ହୋଇଛି । ଭାରତ ସମେତ ଅନେକ ଦେଶ ଇଲେକ୍ଟ୍ରିାଲ ଭେହିକିଲ୍ ଆଡ଼କୁ ସ୍ଥାନାନ୍ତର ହେଉଚନ୍ତି । ଜାପାନ୍ ଭଳି ଦେଶ ହାଇଡ୍ରୋଜେନ୍ କୁ ଇନ୍ଧନ ଭାବରେ ବ୍ୟବହାର କରୁଛନ୍ତି ।
ମାଇଲେଜ ଦେଖାଇବ ୨୬୦ କିଲୋମିଟର –
ନିକଟରେ ଜାପାନ୍ ର ବାହାନ ନିର୍ମାତା କମ୍ପାନୀ Toyota ର ମିରାଇ କାର ହାଇଦ୍ରୋଜେନ୍ ରେ ସବୁଠୁ ଦୀର୍ଘ ଦୂରତା ତିଆରି କରି ବିଶ୍ବ ରେକର୍ଡ ସୃଷ୍ଟି କରିଛି । ଯାହାକୁ ଗିନିଜ୍ ୱାଲ୍ଟ ରେକର୍ଡ ରେ ସ୍ଥାନ ମିଳିଛି । ଏହି କାର ଟିର ସବୁଠୁ ବଡ଼ ବିଶେଷତ୍ଵ ହେଲା ଥରେ ଇନ୍ଧନ ପକାଇବା ଦ୍ଵାରା ୧୩୬୦ କିଲୋମିଟର ପୁରା କରିଥାଏ । ଏହି ସମୟରେ ୫.୬୫ କେଜି ହାଇଡ୍ରୋଯେନ୍
ଆବଶ୍ୟକତା ହୋଇଥିଲା ।
କମ୍ପାନୀ ଅନୁସାରେ ଟୋୟଟା ମୀରାଇ କୁ ୨୦୧୬ ରେ ଲଞ୍ଚ କରାଯାଇ ଥିଲା । ଏହା କମ୍ପାନୀର ପ୍ରଥମ ହାଇଡ୍ରୋଜେନ୍ କାର ଥିଲା । ଉତ୍ତର ଆମେରିକାରେ ଏହି କାର କୁ ରିଟେଲ ସେଲ୍ ପାଇଁ ଉପଲବ୍ଧ କରାଯାଇଛି ।
ହାଇଡ୍ରୋଜେନ୍ ମୂଲ୍ୟ ଖୁବ୍ ଅଧିକ ହୋଇ ଥିବାରୁ ଭାରତରେ ଏହି ବିଷୟରେ ଚିନ୍ତା କରିବା ପାଇଁ ସାମାନ୍ୟ ସମୟ ଲାଗୁଚି । କାରଣ ଯାନ୍ତ୍ରିକ ଦୃଷ୍ଟି କାରଣ ରୁ ଏହାର ଉତ୍ପାଦନ ମଧ୍ୟ କମ୍ ହେଉଛି । ତଥାପି ଭାରତୀୟ ଇନ୍ଧନ କମ୍ପାନୀ ଗୁଡ଼ିକ ଏହି ପୃଷ୍ଠାଟି ବିଷୟରେ ଆଗକୁ ଚିନ୍ତା କରୁଛନ୍ତି ।

Comments are closed.