ହାଇଦ୍ରାବାଦ: ଆସିଲା କରୋନା ଭାଇରସ୍ ଟିକା। ଏହି ଟିକାର ନାଁ ରହିଛି କୋଭିଫର। କୋଭିଫର ଇଞ୍ଜେକ୍ସନ୍ ଦାମ ଗୋଟା ୫,୪୦୦ ରଖାଯାଇଛି। ହାଇଦ୍ରାବାଦସ୍ଥିତ ଔଷଧ ନିର୍ମାଣକାରୀ କମ୍ପାନୀ ହେଟେରୋକୁ କୋଭିଡ୍-୧୯ ପାଇଁ ପ୍ରସ୍ତୁତ କରାଯାଇଥିବା ଔଷଧ ରେମଡେସିଭିର ଉତ୍ପାଦନ ଓ ବିକ୍ରି ପାଇଁ ଅନୁମିତ ମିଳିଥିଲା।
ଆଜି କମ୍ପାନୀ ଏହି ଔଷଧର ୨୦,୦୦୦ ଟିକା ସର୍ବାଧିକ କରୋନା ପ୍ରଭାବିତ ୫ଟି ରାଜ୍ୟକୁ ପଠାଇଛି। ଏଥିରେ ଦିଲ୍ଲୀ ଓ ମୁମ୍ବାଇ ମଧ୍ୟ ସାମିଲ ଅଛି। ଏଥିସହିତ ଗୁଜରାଟ ଓ ତାମିଲ୍ନାଡୁ ଓ ହାଇଦ୍ରାବଦ ବି ଏହି ଟିକା ପାଇବେ। କୋଭିଫର ଔଷଧର ୧୦୦ ମିଲିଗ୍ରାମ୍ ସିସିର ଦାମ୍ ୫,୪୦୦ ଟଙ୍କା ରଖିଛି କମ୍ପାନୀ।
ଦ୍ୱିତୀୟ ପର୍ଯ୍ୟାୟ ଔଷଧ ବିତରଣରେ କୋଲକାତା, ଇନ୍ଦୋର, ଭୋପାଳ, ଲକ୍ଷ୍ନୌ, ପାଟନା ଓ ଭୁବନେଶ୍ୱର, ରାଞ୍ଚି, ଭିଜୟୱାଡା, କୋଚି, ତ୍ରିଭେନ୍ଦ୍ରମ ଏବଂ ଗୋଆକୁ ଔଷଧ ପଠାଯିବ। ୩-୪ ସପ୍ତାହ ମଧ୍ୟରେ କମ୍ପାନୀ ଏକ ଲକ୍ଷ ଟିକା ଉତ୍ପାଦନ କରିବାକୁ ଲକ୍ଷ ରଖିଛି।
ତେବେ ଏହି ଟିକା ଅନ୍ୟ କୌଣସି ଔଷଧ ଦୋକାନର ମିଳିବ ନାହିଁ। କେବଳ ହସ୍ପିଟାଲ ଓ ସରକାରୀସ୍ତରରେ ଉପଲବ୍ଧ ହେବ ବୋଲି ହେଟେରୋ ଗ୍ରୁପ୍ ଅଫ୍ କମ୍ପାନୀର ଏମ୍ଡି ଭାମସୀ କ୍ରିଷ୍ଣା କହିଛନ୍ତି। ତେବେ ଗର୍ଭବତୀ ମହିଳା, ଲିଭର ଓ କିଡ୍ନୀ ଫେଲ୍ ଥିବା ରୋଗୀ, ସ୍ତନ୍ୟପାନ କରାଉଥିବା ମହିଳା ଓ ୧୨ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଏହି ଔଷଧ ଦିଆଯିବା ନାହିଁ ବୋଲି ସେ ସୂଚନା ଦେଇଛନ୍ତି।