Odisha news

0

କୋଭିଡ-୧୯ ସଂକ୍ରମଣ ପ୍ରତିରୋଧ ପାଇଁ ସାରା ଦେଶରେ ସାଧାରଣ ପ୍ରଶାସନକୁ ଯଥାସମ୍ଭବ ସହାୟତା ଦିଗରେ ଭାରତୀୟ ବାୟୁ ସେନାର ପ୍ରୟାସ ଜାରି ରହିଛି । ଦେଶବ୍ୟାପୀ ରହିଥିବା ଭାରତୀୟ ବାୟୁ ସେନା ଘାଟୀରେ ୨୦୦ରୁ ୩୦୦ ଲୋକଙ୍କ ରହିବା ଭଳି ୯ଟି ସଙ୍ଗରୋଧ କେନ୍ଦ୍ର ନିର୍ମାଣ କରାଯାଇଛି । ବାୟୁ ସେନା ପକ୍ଷରୁ ପ୍ରଥମ ପରୀକ୍ଷାଗାର ଭାବେ ବାଙ୍ଗାଲୋରରେ ଥିବା ବାୟୁ ସେନାର କମାଣ୍ଡ ହସ୍ପିଟାଲରେ କୋଭିଡ-୧୯ ପରୀକ୍ଷା ସମ୍ପାଦନ ପାଇଁ ବ୍ୟବସ୍ଥା କରାଯାଇଛି । ଏଥିରେ ସନ୍ଦିଗ୍ଧ ମାମଲାର ତୁରନ୍ତ ପରୀକ୍ଷା ଏବଂ ଆବଶ୍ୟକ ସ୍ଥଳେ ସମୟୋପଯୋଗୀ ହସ୍ତକ୍ଷେପ ଲାଗି ସୁବିଧା କରାଯାଇଛି । ସାମ୍ପ୍ରତିକ ସ୍ଥିତି ଅନୁଧ୍ୟାନ କରିବା ଏବଂ ତୁରନ୍ତ ହସ୍ତକ୍ଷେପ ଓ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ବାୟୁସେନା ମୁଖ୍ୟାଳୟ ଏବଂ ବିଭିନ୍ନ କମାଣ୍ଡ ମୁଖ୍ୟାଳୟରେ ୨୪ ଘଣ୍ଟିଆ ବିପତ୍ତି ପରିଚାଳନା ସେଲ ପ୍ରତିଷ୍ଠା କରାଯାଇଛି । ଆଇଏଏଫ ବିମାନ ଜରିଆରେ ଡାକ୍ତର ଓ ସ୍ୱାସ୍ଥ୍ୟ ସାମଗ୍ରୀ ଲେହରେ ପହଞ୍ଚାଯାଇଛି ଏବଂ ସେଠାରୁ କୋଭିଡ ନମୁଦା ପରୀକ୍ଷା ପାଇଁ ଚଣ୍ଡିଗଡ଼ ଓ ଦିଲ୍ଲୀ ଅଣାଯାଇଛି । କୋଭିଡ-୧୯ ସଂକ୍ରମଣ ପ୍ରତିହତ ଲାଗି ଭାରତ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ଦିଶାନିର୍ଦ୍ଦେଶ ଏବଂ ପଦକ୍ଷେପକୁ ସମସ୍ତ ବାୟୁସେନା କେନ୍ଦ୍ରରେ କଡ଼ାକଡ଼ି ଭାବେ ପାଳନ କରାଯାଉଛି । କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଭାରତୀୟ ବାୟୁସେନା ସରକାରଙ୍କ ସହିତ ରହିଛି ଏବଂ ଦେଶର ନାଗରିକମାନଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯାଉଛି ।

Leave A Reply

Your email address will not be published.