ଭଦ୍ରକ ଜିଲ୍ଳାରେ ୯ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୪୦ଛୁଇଁଲା ବାସୁଦେବପୁର-୫, ଭଦ୍ରକ-୨, ବନ୍ତ-୧, ଭଣ୍ଡାରିପୋଖରୀ-୧
ଭଦ୍ରକ,୧୫ ।୦୫:ଭଦ୍ରକ ଜିଲ୍ଳାକୁ ପ୍ରାବସୀଙ୍କ ଆଗମନ ପରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ଆଜି ଦିନକରେ ୯ଜଣ କରୋନା ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୯ଜଣଙ୍କ ମଧ୍ୟରୁ ୫ଜଣ ସୁରାଟ, ୩ଜଣ କଲିକତା ଓ ଜଣେ ବାଙ୍ଗାଲୋର ଫେରନ୍ତା । ଏହି ଆକ୍ରାନ୍ତମାନେ ବାସୁଦେବପୁର, ଭଦ୍ରକ, ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକ ଅଞ୍ଚଳରେ ଥିବା କ୍ୱାରେନଟାଇନ ସେଣ୍ଟରରେ ଥିଲେ ।
ଆଜିର ଆକ୍ରାନ୍ତଙ୍କ ମିଶାଇ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି । ଚିହ୍ନଟ ବାସୁଦେପୁର ବ୍ଲକର ୫ଜଣଙ୍କ ମଧ୍ୟରେ-ନାୟକାଣିଡିହୀ ପଞ୍ଚାୟତର ୨ଜଣ, ବୀରସ ୧, ରାଜଘରପୋଖରୀ ୧ ଓ ବିଦେଇପୁର ପଞ୍ଚାୟତର ୧ ହୋଇଥିବା ବେଳେ ଭଦ୍ରକ ବ୍ଲକର କେଦାରପୁର ପଞ୍ଚାୟତର ୧ ଓ ବରହମପୁର ପଞ୍ଚାୟତର ୧ । ସେହିପରି ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ପଞ୍ଚାୟତର ଜଣେ ଓ ବନ୍ତ ବ୍ଲକର ଗୋବିନ୍ଦପୁର ପଞ୍ଚାୟତର ଜଣେ ଆକାନ୍ତ ଥିବା ଜଣାଯାଇଛି । ଚିହ୍ନଟ ୯ଆକ୍ରାନ୍ତଙ୍କୁ ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ଯୋଗେ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି ।