ସମଗ୍ର ଦେଶରେ ୨୪୬୬୨୮ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ,୧୧୯୨୯୨ ଜଣ ସୁସ୍ଥ , ୬୯୨୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି
ନୂଆଦିଲ୍ଲୀ: ଜୁନ୍ ୭ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪୬୬୨୮ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯୨୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୬୯୨୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୪୦୬ ରହିଛି।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୭୩ ଜଣ, ଆସାମରେ ୪ ଜଣ, ବିହାରରେ ୩୦ ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୪ ଜଣ, ଦିଲ୍ଲୀରେ ୭୬୧ ଜଣ, ଗୁଜରାଟରେ ୧୨୧୯ ଜଣ, ହରିୟାଣାରେ ୨୪ ଜଣ, ହିମାଚଳ ପ୍ରଦେଶରେ ୫ ଜଣ, ଜମ୍ମୁ ଓ କଶ୍ମୀରରେ ୩୯ ଜଣ, ଝାଡ଼ଖଣ୍ଡରେ ୭ ଜଣ, କର୍ଣ୍ଣାଟକରେ ୫୯ ଜଣ, କେରଳରେ ୧୫ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୩୯୯ ଜଣ, ମହାରାଷ୍ଟ୍ରରେ ୨୯୬୯ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୮ ଜଣ, ପଞ୍ଜାବରେ ୫୦ ଜଣ, ରାଜସ୍ଥାନରେ ୨୩୧ ଜଣ, ତାମିଲନାଡୁରେ ୨୫୧ ଜଣ, ତେଲେଙ୍ଗାନାରେ ୧୨୩ ଜଣ, ଉତ୍ତରାଖଣ୍ଡରେ ୧୧ ଜଣ, ଉତ୍ତରପ୍ରଦେଶରେ ୨୫୭ ଜଣ ଏବଂ ପଶ୍ଚମବଙ୍ଗରେ ୩୮୩ ଜଣ ।
ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୪୫୧୦), ଅରୁଣାଚଳ ପ୍ରଦେଶ (୪୭), ଆସାମ (୨୩୯୭), ବିହାର (୪୯୧୫), ଚଣ୍ଡିଗଡ଼ (୩୦୯), ଛତିଶଗଡ଼ (୯୨୩), ଦାଦର ନଗର ହାୱେଲି (୧୯) ଜଣ, ଦିଲ୍ଲୀ (୨୭୬୫୪), ଗୋଆ (୨୬୭), ଗୁଜରାଟ (୧୯୫୯୨), ହରିୟାଣା (୩୯୫୨), ହିମାଚଳ ପ୍ରଦେଶ (୪୦୦), ଜମ୍ମୁ ଓ କଶ୍ମୀର (୩୪୬୭), ଝାଡ଼ଖଣ୍ଡ (୧୦୦୦) କର୍ଣ୍ଣାଟକ (୫୨୧୩), କେରଳ (୧୮୦୭), ଲଦାଖ (୯୯), ମଧ୍ୟପ୍ରଦେଶ (୯୨୨୮), ମହାରାଷ୍ଟ୍ର (୮୨୯୬୮), ମଣିପୁର (୧୫୭), ମେଘାଳୟ (୩୩), ମିଜୋରାମ (୨୪), ନାଗାଲାଣ୍ଡ (୧୦୭), ଓଡ଼ିଶା (୨୭୮୧), ପୁଦ୍ଦୁଚେରୀ (୯୯), ପଞ୍ଜାବ (୨୫୧୫), ରାଜସ୍ଥାନ (୧୦୩୩୧), ସିକିମ୍ (୭), ତାମିଲନାଡୁ (୩୦୧୫୨), ତେଲେଙ୍ଗାନା (୩୪୯୬), ତ୍ରିପୁରା (୭୪୭), ଉତ୍ତରାଖଣ୍ଡ (୧୩୦୩), ଉତ୍ତରପ୍ରଦେଶ (୯୭୩୩) ଓ ପଶ୍ଚିମବଙ୍ଗ (୭୭୩୮) ।
ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୬୨୦), ଅରୁଣାଚଳ ପ୍ରଦେଶ (୧), ଆସାମ (୫୪୭), ବିହାର (୨୪୨୫), ଚଣ୍ଡିଗଡ଼ (୨୭୩), ଛତିଶଗଡ଼ (୨୬୬), ଦାଦର ନଗର ହାୱେଲି (୧), ଦିଲ୍ଲୀ (୧୦୬୬୪), ଗୋଆ (୬୫), ଗୁଜରାଟ (୧୩୩୧୬), ହରିୟାଣା (୨୧୩୪), ହିମାଚଳ ପ୍ରଦେଶ (୧୯୪), ଜମ୍ମୁ ଓ କଶ୍ମୀର (୧୧୨୬), ଝାଡ଼ଖଣ୍ଡ (୪୭୩), କର୍ଣ୍ଣାଟକ (୧୯୬୮), କେରଳ (୭୬୨), ଲଦାଖ (୪୮), ମଧ୍ୟପ୍ରଦେଶ (୬୧୦୮), ମହାରାଷ୍ଟ୍ର (୩୭୩୯୦), ମଣିପୁର (୫୨), ମେଘାଳୟ (୧୩), ମିଜୋରାମ (୧) ଓଡ଼ିଶା (୧୭୧୬), ପୁଦ୍ଦୁଚେରୀ (୩୬), ପଞ୍ଜାବ (୨୦୯୨), ରାଜସ୍ଥାନ (୭୫୦୧), ତାମିଲନାଡୁ (୧୬୩୯୫), ତେଲେଙ୍ଗାନା (୧୭୧୦), ତ୍ରିପୁରା (୧୭୩), ଉତ୍ତରାଖଣ୍ଡ (୪୨୩), ଉତ୍ତରପ୍ରଦେଶ (୫୬୪୮) ଓ ପଶ୍ଚିମବଙ୍ଗ (୩୧୧୯) ।