Odisha news

ବାରିପଦା ପୌରପରିଷଦର ମଳଯୁକ୍ତ ମଇଳା ଓ ପଚାମଇଳା ପ୍ଲାଣ୍ଟ ପରିଚାଳନା ଦାୟୀତ୍ୱ ମହିଳା ସ୍ୱୟଂସହାୟକ ଗୋଷ୍ଠିକୁ ହସ୍ତାନ୍ତର

0

ବାରିପଦା : ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ବାରିପଦା ପୌରପରିଷଦର ରଘୁନାଥପୁରଠାରେ ଥିବା ମଳଯୁକ୍ତ ମଇଳା ଓ ପଚାମଇଳା ପ୍ଲାଣ୍ଟକୁ ରଘୁନାଥପୁରର ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ତାର ରକ୍ଷଣା ବେକ୍ଷଣ ଓ ପରିଚାଳନା ଦାୟୀତ୍ୱ ହସ୍ତାନ୍ତର କରାଯାଇଛି । ସରକାରଙ୍କ ଭିଡିଓ କନଫରେନ୍ସିଂ ଜୋରିଆରେ ନଗର ଉନ୍ନୟନ ଓ ପଞ୍ଚାୟତରାଜ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶ ଶ୍ରଦ୍ଧାସବୁରୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ନିରୂପମା ସ୍ୱାଇଁକୁ ପ୍ଲାଣ୍ଟର ସମସ୍ତ ପରିଚାଳନା ଦାୟୀତ୍ୱ ହସ୍ତାନ୍ତର କରିଛନ୍ତି ।

ପୂର୍ବରୁ ଉକ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହି ପ୍ଲାଣ୍ଟ ପରିଚାଳନା ସମ୍ବନ୍ଧୀୟ ସମସ୍ତ ବିଷୟରେ ତିନିମାସ ଧରି ପ୍ରଶିକ୍ଷଣ ନେଇଥିଲେ । ବାରିପଦା ପୌରପରିଷଦର ପକ୍ଷରୁ ଏକ ଭିଡିଓ କନଫରେନ୍ସିଂରେ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ, ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ ଚଞ୍ଚଳ ରଣା, ନିର୍ବାହୀ ଅଧିକାରୀ ଏବଂ ଶ୍ରଦ୍ଧାସବୁରୀ ସ୍ୱୟଂ ସହାୟିକା ଗୋଷ୍ଠୀର ସମସ୍ତ ୧୦ଜଣ ସଦସ୍ୟା ଉପସ୍ଥିତ ଥିଲେ ।

ଜିଲ୍ଲାପାଳ ତାଙ୍କ ଭାଷଣରେ ସ୍ୱୟଂସହାୟକ ଗୋଷ୍ଠୀ ମାନେ ବର୍ତ୍ତମାନ କୌଶଳି କାର୍ଯ୍ୟ ଛାଡି ପରିଚାଳନା ଦାୟିତ୍ୱ ନେଇ ନିଜକୁ ସ୍ୱାବଲମ୍ବି କରିପାରିବେ ବୋଲି ମତଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ ପୌରପରିଷଦର ଅନେକ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.