ବାରିପଦା, (ସବୁ୍ୟ) : ମୟୂରଭଞ୍ଜ ଜିଲ୍ଲାରେ ପୁଣି ୧୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୭୦କୁ ଛୁଇଁଛି । ଲଗାତାର ଦୁଇଦିନ ଧରି ବଡସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାବାସୀ ଭୟଭୀତ ହୋଇପଡିଛନ୍ତି । ଅପରପକ୍ଷରେ ବହଳଦା ଅଞ୍ଚଳର ଚିହ୍ନଟ ହୋଇଥିବା କରୋନା ଅକ୍ରାନ୍ତ ଜଣଙ୍କ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଲୋକମାନେ ବିଶେଷ ଭୟଭୀତ ହୋଇପଡିଛନ୍ତି । ।
ମିଳିଥିବା ସୂଚନା ଅନୁଯାୟୀ ଶୁଳିଆପଦା ବ୍ଲକର ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟଙ୍କ ମଧ୍ୟରୁ ମହାରାଷ୍ଟ୍ର ଫେରନ୍ତା ୪ଜଣ ଓ ଦିଲ୍ଲୀ ଫେରନ୍ତା ଜଣେ ବୋଲି ଜଣାଯାଇଛି । ସେହିପରି ଯଶିପୁର ବ୍ଲକର ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ତାମିଲନାଡୁ ଫେରନ୍ତା ହୋଇଥିବାବେଳେ ବହଳଦା ବ୍ଲକର ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ମଧ୍ୟରୁ ଜଣେ ଗୁଜୁରାଟ ଫେରନ୍ତା ବୋଲି ଜଣାପଡିଥିବାବେଳେ ୬ଜଣ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ରହୁଥିଲେ ଏବଂ ୬ଜଣ କ୍ୱାରାଣ୍ଟାଇନ୍ କେନ୍ଦ୍ରରୁ ବାହାରି ହୋମ କ୍ୱରାଣ୍ଟାଇନ୍ରେ ରହୁଥିବାବେଳେ କରୋନା ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୭୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ୧୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ୫୪ଜଣ କରୋନା ପଜିଟିଭ୍ ଚିକିସôିତ ହେଉଛନ୍ତି ।