ବନ୍ତ, :ସୋମବାର ବନ୍ତ ବ୍ଲକରେ ୩ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ସେଥିମଧ୍ୟରୁ ଜଣେ ଆକ୍ରାନ୍ତ କେନ୍ଦୁଆପଦା ପଞ୍ଚାୟତ ଗଣ୍ଡଗରା ଗ୍ରାମର ହୋଇଥିବା ଅନ୍ୟ ୨ ଆକ୍ରାନ୍ତ ରାମକୃଷ୍ଣପୁର ଗାଁର ବୋଲି ଜଣାଯାଇଛି । ଏସମସ୍ତ ଆକ୍ରାନ୍ତ ମାନେ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ସମସ୍ତେ ଓଡଙ୍ଗ ସଙ୍ଗରୋଧ କେନ୍ଦ୍ରରେ ରହି ଘରକୁ ଫେରିଥିଲେ ।
ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ସେମାନଙ୍କ ନମୁନା ପରୀକ୍ଷା ପାଇଁ ଯାଇଥିଲା । ରିପୋର୍ଟ ଆସିବା ପୂର୍ବରୁ ସେମାନେ ସଙ୍ଗରୋଧ କେନ୍ଦ୍ରରୁ ଘରକୁ ଫେରିଥିଲୋ ଘରେ ଥିବା ବେଳେ ସେମାନଙ୍କ ରିପୋର୍ଟ ପଜେଟିଭ୍ ବାହାରି ଥିବା ଜଣାଯାଇଛି ।କରୋନା ପଜେଟିଭ୍ ବାହାରିବା ପରେ କେନ୍ଦୁଆପଦା ସରପଞ୍ଚ ମିତାଲୀ ଜେନା ଗଣ୍ଡଗରା ଗ୍ରାମକୁ ସୋମବାର ଠାରୁ ଆସନ୍ତା ୭ ତାରିଖ ପୂବାହ୍ନ ୧୧ଟା ୩୦ ପଯର୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ସେହିପରି ରାମକୃଷ୍ଣପୁର ସରପଞ୍ଚ ସାବିତ୍ରୀ ବିଶ୍ୱାଳ ରାମକୃଷ୍ଣପୁର ଗାଁକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିବା ଜଣାଯାଇଛି ।
