କେନ୍ଦ୍ରାପଡା : କରୋନା ସଂକ୍ରମଣ ସଂଗରୋଧ ଶିବିର ରେ ରହୁଥିବା ପ୍ରବାସୀଙ୍କ ନମୁନା ପରୀକ୍ଷା ରିପୋର୍ଟ ଆସିବା ପୂର୍ବରୁ ସେମାନଙ୍କୁ ବିଦା କରା ଯାଉଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ସୋମବାର ୮ନଂ ଜୋନର ଜିଲ୍ଲା ପରିଷଦ ତଥା ଜିଲ୍ଲା ଯୋଜନା ବୋର୍ଡ ସଭ୍ୟା ଜ୍ୟୋସôାରାଣୀ ଜେନା ଆାଲୋଚନା କରିଥିବା ଜଣା ପଡିଛି । ଜିଲ୍ଲାରେ ପୂର୍ବରୁ ଆସି ରହୁଥିବା ଓ ନୂଆ ଆସି ରହୁଥିବା ପ୍ରବାସୀ ମାନେ ଶିବିର ମଧ୍ୟରେ କଟକଣା ମାନୁ ନଥିବାରୁ ଶିବିର ରୁ ଗଲାପରେ ପୂର୍ବରୁ ନେଗେଟିଭ ଥିବା ଲୋକ ମାନଙ୍କ ଠାରେ ସଂକ୍ରମଣ ଲକ୍ଷଣ ପ୍ରକାଶ ପାଉଥିବା ଅଭିଯୋଗ ହେଉଛି ।
ଅନ୍ୟ ପକ୍ଷରେ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ସଂଗରୋଧ ଶିବିର ରୁ ୭ଦିନ ପରେ ପ୍ରବାସୀ ମାନଙ୍କୁ ଘର ସଂଗରୋଧ ଶିବିର ରେ ରହିବାକୁ ପ୍ରଶାସନ ନିଦେ୍ର୍ଦଶ ଦେଇ ବିଦା କରାଯାଉଛି । ସଂପୃକ୍ତ ବ୍ୟକ୍ତିଙ୍କର ଘର ର ଅବସ୍ଥା ନଜାଣି ବିଦା କରା ଯାଉଥିବାରୁ ଗୃହ ସଂଗରୋଧ ଶିବିର ର ନିୟମ ପାଳନ କରା ଯାଇ ପାରୁନାହିଁ । କେତେକ ପ୍ରବାସୀଙ୍କର ଗୋଟିଏ ବଖରା ଘର ଓ ଗୋଟିଏ ପାଇଖାନା ବ୍ୟବହାର କରା ଯାଉଥିବା ଏବଂ ଆଉ କେତେକ ପ୍ରବାସୀଙ୍କର ଘର ଏକ ରୁ ଅଧିକ ଥିବାବେଳେ ଶୋଚ ହେବା ପାଇଁ ପାଇଖାନା ଏବଂ ଗାଧୁଆ ଘର ଗୋଟିଏ ଥିବାରୁ ଗୃହ ସଂଗରୋଧର ନିୟମ ପାଳନ କରାଯାଇ ପାରୁନାହିଁ ।
ଯାହା ଫଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାର ଭିଭିନ୍ନ ଗ୍ରାମାଂଚଳରେ ସଂଗରୋଧ ଶିବିର ରୁ ଫେରି ଗୃହ ସଂଗରୋଧ ଶିବିର କୁ ନେଇ ଅଶାନ୍ତି ଦେଖା ଦେଇଛି । କେତେକ ଯାଗାରେ ସେମାନଙ୍କୁ ତୀବ୍ର ବିରୋଧ କରାଯାଉଥିବା ବେଳେ ପରିବାର ପକ୍ଷରୁ ମଧ୍ୟ ଏହାକୁ ବିରୋଧ କରା ଯାଉଛି । ସୋମବାର ପଟ୍ଟାମୁଣ୍ଡାଇର କଖାରୁଣୀ ସଂଗରୋଧ ଶିବିର ରୁ ୫ଜଣ ଯୁବକଙ୍କୁ ୭ଦିନ ରହିବା ପରେ ଗୃହ ସଂଗରୋଧ ଶିବିର ନିଦେ୍ର୍ଦଶ ଦେଇ ବିଦା କରାଯାଇଛି । ଏହାକୁ ନେଇ ପୈାରାଂଚଳର ଚକଡା ବାରଙ୍ଗ ଗ୍ରାମରେ ଅଶାନ୍ତି ଦେଖା ଦେଇଛି ।
ଗ୍ରାମବାସୀ ମାନେ ପୈାର ନିର୍ବାହୀ ଅଧିକାରୀଙ୍କୁ ପ୍ରତିକାର ପାଇଁ ନିବେଦନ କରିବା ସହ ନମୁନା ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅନ୍ୟ ସଂଗରୋଧ ଶିବିର ରେ ରଖିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି । ତେବେ ଏହି ଯୁବକ ମାନଙ୍କର ପର୍ଯ୍ୟାପ୍ତ ବାସ ଗୃହ ନଥିବାରୁ ଏମାନେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ତଳବାରଙ୍ଗ ଉପ୍ରା ବିଦ୍ୟାଳୟ ବାରଣ୍ଢାରେ ବସି ରହିଥିବାର ଜଣା ପଡିଛି । ସୋମବାର ଗୋଟିଏ ଦିନରେ ୫୦ ଜଣ ସଂକ୍ରମିତ ଙ୍କ ସୂଚନା ମିଳିବା ପରେ ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ୫୦ ଜଣଙ୍କ ମଧ୍ୟରୁ ସୁରଟ -୩୬, ଚେନାଇ-୧, ଦିଲ୍ଲୀ-୩, ମୁମ୍ବାଇ-୮, ଆନ୍ଦ୍ର-୧ ଓ ଉତରପ୍ରଦେଶରୁ ଆସିଥିବା ୧ ବ୍ୟକ୍ତି ରହିଛନ୍ତି ।
ଏହି ୫୦ ସଂକ୍ରମିତ ଙ୍କ ସହ ଜିଲ୍ଲାରେ ପଜିଟିଭ ଙ୍କ ସଂଖ୍ୟା ୧୩୯ ରେ ପହଁଚିଛି । ଏମାନଙ୍କ ମଧ୍ୟରେ ୨ଜଣ ଗୃହ ସଂଗରୋଧରେ ଥିବାବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ବ୍ଲକ ଅଧିନ କଂସାର ପଂଚାୟତର ଜଣେ ବ୍ୟକ୍ତି ଗୃହ ସଂଗରୋଧ ର ନିୟମ ନମାନି ଗାଁରେ ବୁଲାବୁଲି କରିବାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ କଂସାର ସାହସପୁର ଗ୍ରାମକୁ ସଟଡାଉନ ଘୋଷଣା କରାଯାଇଛି । ୨୬ ହଜାର ରୁ ଉର୍ଦ୍ଧ ପ୍ରବାସୀ ଗୋଇଟିଏ ମାସ ମଧ୍ୟରେ ଜିଲ୍ଲାକୁ ଫେରି ଥିବାରୁ ସଂକ୍ରମିତ ଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ର ଜନ ସାଧାରଣଙ୍କ ମଧ୍ୟରେ ଏହାକୁ ନେଇ ଛନକା ପସିଥିବା ଆଲୋଚନା ହେଉଛି ।